Home ଓଡ଼ିଶା ପୋଲିସ୍ ଓ ଶ୍ରମଅଧିକାରୀ ଦ୍ୱାରା ଗୋତି ଶ୍ରମିକ ଭାବେ ଖଟୁଥିବା ମା ଓ ପୁଅ ଉଦ୍ଧାର

ପୋଲିସ୍ ଓ ଶ୍ରମଅଧିକାରୀ ଦ୍ୱାରା ଗୋତି ଶ୍ରମିକ ଭାବେ ଖଟୁଥିବା ମା ଓ ପୁଅ ଉଦ୍ଧାର

205

ନୟାଗଡ/୧୨/୧୦(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ଗ୍ରାମର ପ୍ରଭାତ କୁମାର ମହାପାତ୍ର (୪୦) ଙ୍କ ସ୍ତ୍ରୀ ମମତା ମହାପାତ୍ର ଓ ତାଙ୍କ ସାନ ପୁଅ ଦେବ ମହାପାତ୍ର ଗୋତି ଶ୍ରମିକ ଭାବେ ଖଟୁଥିବା ରଣପୁର ଥାନାରେ ଅଭିଯୋଗ ହୋଇଥିଲା ।  ବିନା ଦରମାରେ ଯୋର ଜବରଦସ୍ତ ଖଟାଇବା, ଶାରୀରିକ ନିର୍ଯ୍ୟାତନା, ଜୀବନରେ ମାରିଦେବାକୁ ଧମକ ଦେବା ଓ ଜବରଦସ୍ତ ବନ୍ଧକ ରଖିବା ଆଦି ଅଭିଯୋଗ ହୋଇଥିଲା । ୨୦୧୭ ମସିହା ଠାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଟାଙ୍ଗୀ ରତ୍ନମାଳି ସାହିର ଗୋଲେଖ ବିହାରୀ ସାହୁ ନିଜ ଦୋକାନରେ ଗୋତି ଶ୍ରମିକ ଭାବେ ଏକ ଲକ୍ଷ ଟଙ୍କା ଦେଇ ପରିବାରକୁ ବନ୍ଧକ ରଖି ଗୋତି ଶ୍ରମିକ ଭାବେ ଖଟାଉଥିଲେ । ଅଭିଯୋଗ ପାଇଲା ପରେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଟାଙ୍ଗୀ ଥାନାକୁ ଯୋଗାଯୋଗ କରିଥିଲେ ।

ଏ ସର୍ମ୍ପକେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କୁ ମଧ୍ୟ ପ୍ରଭାତ କୁମାର ମହାପାତ୍ର  ଲିଖିତ ଭାବେ ଜଣାଇଥିଲେ । ତେଣୁ ବାଲୁଗାଁ ଶ୍ରମ ଅଧିକାରୀ ସନ୍ତୋଷ ମହାନ୍ତି ଓ ରଣପୁର ଥାନା ଉଭୟଙ୍କ ଯୋଗାଯୋଗ ପରେ ଟାଙ୍ଗୀ ଥାନା ଇନିସ୍ପେକ୍ଟର ସରୋଜ କୁମାର ଉପାଧ୍ୟାୟ ତତ୍‌କ୍ଷଣାତ୍ ପଦକ୍ଷେପ ନେଇ ଗୋଲେଖ ବିହାରୀ ସାହୁଙ୍କ ଠାରୁ ଗୋତିଶ୍ରମିକ ଭାବେ ଖଟୁଥିବା ମା ଓ ପୁଅଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟଙ୍କ ଉପସ୍ଥିତିରେ ପ୍ରଭାତ କୁମାର ମହାପାତ୍ରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ସର୍ମ୍ପକେ ବାଲୁଗାଁ ଅତିରିକ୍ତ ଶ୍ରମ ଅଧିକାରୀ ଙ୍କ ନିକଟରେ ଶ୍ରମ ଆଇନ୍ ଅନୁଯାଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.