Home ଜିଲ୍ଲା ପରିକ୍ରମା ପାଠ ପଢା ବୟସରେ ଛେଳି ଚରାଇବାକୁ ବାଧ୍ୟ, ସରକାରୀ ସହାୟତା ସାତ ସପନ

ପାଠ ପଢା ବୟସରେ ଛେଳି ଚରାଇବାକୁ ବାଧ୍ୟ, ସରକାରୀ ସହାୟତା ସାତ ସପନ

241

ସଇଁନ୍ତଲା, ୨୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏକ ହସ, ଖୁସିରେ ଦିନ ବିତୁଥିଲା। ବେଶ ଖୁସିରେ ବାପାମା’ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ। କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର ଉପରକୁ ହଠାତ ବିପଦ। ଏବେ ହଜିଯାଇଛି ପରିବାର ଲୋକଙ୍କ ମୁହଁରୁ ହସ। ବାପା, ମା’ଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇ ପଡିଛନ୍ତି ଚାରି ଭାଇ ଭଉଣୀ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆିଁଭଟା ଗ୍ରାମରେ। ସୂଚନାଯୋଗ୍ୟ ଯେ, ଭେରୁଆଁଭଟା ଗ୍ରାମର ଗତ ୧୩ ତାରିଖ ଦିନ ବଜ୍ରପାତରେ ରେବତୀଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ୬ ବର୍ଷ ପୂର୍ବରୁ ହୋଇ ସାରିଥିଲା। ତେବେ ବର୍ତ୍ତମାନ ସୁଜାତା ସାହୁ(୧୮), ଭଗବତୀ ସାହୁ(୧୨), ଭୀମସେନ ସାହୁ(୧୨), ମାନସୀ ସାହୁ(୮), ଏଇ ଚାରିଜଣ ବାପାମାଆଙ୍କ ମୃତ୍ୟୁ ପରେ ଏବେ ଅନାଥ। ତେବେ ଏମାନେ ଏବେ ପାଠ ପଢିବା ବୟସରେ ଛେଳି ଚରାଉଛନ୍ତି। ଏମାନଙ୍କ ପାଇଁ ସରକାରଙ୍‌ଙ୍କ ପକ୍ଷରୁ ୨୫କେଜି ଚାଉଳ ହି ସାହା ଭରସା ସାଜିଛି। ବାପାମା’ଙ୍କ ତିଆରି କରିଥିବା ଭଙ୍ଗା କୁଡ଼ିଆ ଘରେ ଏବେ ଏମାନେ ଜୀଵନ ଯାପନ କରୁଛନ୍ତି। କିନ୍ତୁ ସେହି ଘର କେତେବେଳେ ଭୁଷୁଡି ପଡିବ, ତାହା କହି ହେବ ନାହିଁ। ଡରି ଡରି ଜୀଵନ ବିତାଉଛନ୍ତି ଚାରି ଭାଇ ଭଉଣୀ। ସାହାରା କହିଲା ତାଙ୍କ ବୁଢ଼ା ବୟସର ଅଜାଆଈ। କିନ୍ତୁ ସେହି ଅଜାଆଈଙ୍କୁ ନିଜ ପେଟ ପୋଷିବା ପାଇଁ କଷ୍ଟ ହେଉଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନଥିବା ଚାରି ଭାଇଭଉଣୀ କହିଛନ୍ତି। ପାଠ ପଢା ବୟସରେ ଏମାନେ କାମ ଧନ୍ଦା କରିବେ କେମିତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଳିଏ ଖାଇଲେ ଆଉ ଗୋଟିଏ ଓଳି ଉପାସରେ ରହିବାକୁ ପଡୁଛି। ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ତାଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି। ତେବେ ସରକାର ଘୋଷଣା କରିଛନ୍ତି ଯେ ଅତି ନୀରିହ ଗରିବ ଶ୍ରେଣୀର ଲୋକ ଯଦି ମୃତ୍ୟୁ ବରଣ କରେ, ତେବେ ସରକାର ପକ୍ଷରୁ ହରିଶ୍ଚଚନ୍ଦ୍ର ଯୋଜନା ମାଧ୍ୟମରେ ୨ହଜାର ଟଙ୍କା ଦିଆ ଯାଇଥାଏ। କିନ୍ତୁ ଏମାନଙ୍କୁ ଏ ପର୍ୟ୍ୟନ୍ତ ମିଳି ପାରିନାହିଁ। ତେବେ ଏହି ଅନାଥ ଭାଇଭଉଣୀଙ୍କୁ ସରକାରୀ ସହାୟତା କେତେ ମିଳିବ ତାହାକୁ ଅନେଇ ବସିଛନ୍ତି ଚାରି ଭାଇ ଭଉଣୀ। ଯଦି ବ୍ରଜପାତରେ ଜଣେ ମୃତ୍ୟୁବରଣ କରେ, ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ୪ଲକ୍ଷ ଟଙ୍କା ମିଳେ। କିନ୍ତୁ ପରିବାର ଲୋକେ ସମ୍ପୂର୍ଣ୍ଣ କାଗଜପତ୍ର ଦାଖଲ କରିନ ଥିବା ବେଳେ ଟଙ୍କା ମିଳି ନଥିବା ମଧ୍ୟ ଜଣାପଡିଛି। ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ହରିଶ୍ଚନ୍ଦ୍ର ଯୋଜନାରୁ ୨୦୦୦/-ଟଙ୍କା ଦିଆଯିବ ଓ ଯଦି କିଛି ସରକାରଙ୍କ ପକ୍ଷରୁ ସାହାଯ୍ୟ କରିହେବ, ତାହେଲେ ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି। ଏନେଇ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କୁ ପଚାରିବାରୁ ତାଙ୍କର କାଗଜପତ୍ର ସମ୍ପୁର୍ଣ୍ଣ ଭାବେ ଦେଇ ନାହାନ୍ତି, ତେବେ କାଗଜପତ୍ର ଦେଲା ପରେ ସରକାର‌ଙ୍କ ଘୋଷଣା ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅନାଥ ଛାତ୍ର, ଛାତ୍ରୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.