Home ଜିଲ୍ଲା ପରିକ୍ରମା ଦୁଇ ବାଇକ ମୁହାଁ, ମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

ଦୁଇ ବାଇକ ମୁହାଁ, ମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

193

ବଲାଙ୍ଗୀର, ୨୪-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ନିକଟରେ ଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛ। ସୂଚନାମତେ, ସିନ୍ଧେକେଲା ଥାନା ଚାନ୍ଦୋତରା ଗାଁର କାର୍ତ୍ତିକ ରଣା(୨୧) ଓ ନୀଳମଣି ରଣା ନୂତନ ଘର ନିର୍ମାଣ କାମ କରିବାକୁ ଯାଇ କାମ ସାରିବା ପରେ ବାଇକ(ଓଡି ୨୬ ସି ୧୨୧୬)ରେ ଫେରୁଥିଲେ। ସିନ୍ଧେକେଲା ଥାନା ସୁର୍ଡା ଗ୍ରାମର ଦିଗାମ୍ବର ବେହେରା ବାଇକ୍‌ ନଂ-ଓଆର୍‌ ୦୩ ଜି ୩୩୮୪ରେ ଆସୁଥିବା ବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା। ନୀଳମଣି ଓ ଦିଗାମ୍ବର ଗୁରୁତର ଆହତ ହୋଇଥିବା ବେଳେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ଏ ନେଇ ସିନ୍ଧେକେଲାରେ ଏକ ମାମଲା ରୁଜୁ କରି ଶବକୁ ଟିଟିଲାଗଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ଘଟିଥିବା ଉଭୟ ବାଇକକୁ ପୋଲିସ ଜବତ କରିଥିବା ସୂଚନା ମିଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.