Home ଜିଲ୍ଲା ପରିକ୍ରମା ପର ବାରଣ୍ଡାରେ ୯ମାସର ଗର୍ଭବତୀ: ପ୍ରଶାସନ ନିରବ ଦ୍ରଷ୍ଟା

ପର ବାରଣ୍ଡାରେ ୯ମାସର ଗର୍ଭବତୀ: ପ୍ରଶାସନ ନିରବ ଦ୍ରଷ୍ଟା

91

ବାହାନଗା,୧୪ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅଧିନ କୁରୁଡ଼ା ପଞ୍ଚାୟତର ପାଟନାକୁରୁଡ଼ାଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଜମିବାଡ଼ି ବିବାଦରେ ଛନ୍ଦି ହୋଇ ଜଣେ ଗର୍ଭବତୀ ମହିଳା ପର ପିଣ୍ଡାରେ ଆଶ୍ରୟ ନେଇଛି । ଫଳରେ ମହିଳାଟି ଏହି ସମୟରେ କଷ୍ଟ ଭୋଗୁଛି । ଏହା ଦେଖି ସମସ୍ତେ ନିରବଦ୍ରଷ୍ଟା । ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ସରକାର ମଧ୍ୟ ନିରବ ଦ୍ରଷ୍ଟା ସାଜିଛନ୍ତି । ସୂଚନା ମୁତାବକ ଏହି ଗ୍ରାମରେ ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ୧୩ ସେପ୍ଟେମ୍ବରରେ ଦୁଇ ଗୋଷ୍ଠୀ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସମାଧାନ ପାଇଁ ଚେଷ୍ଟା କରିଥିଲେବି ଗୋଷ୍ଠୀ ପ୍ରଭାବଶାଳୀ ଥିାବାରୁ ସମାଧାନ ହେଉନାହିଁ । ଫଳରେ ଭୟରେ ମନୋରମା ବାରିକଙ୍କ ପରିବାର ଏଣେତେଣେ ପରପିଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି । ମନୋରମାଙ୍କର ସାନ ଯାଆ ସବିତା ୯ମାସର ଗର୍ଭବତୀ ଥିବା ସତ୍ୱେ ପର ବାରଣ୍ଡାରେ ମୁଣ୍ଡଗୁଞ୍ଜିବା ଏକ ପରିତାପର ବିଷୟ ପାଲଟିଛି । କାରଣ ପ୍ରଭାବଶାଳୀ ଗୋଷ୍ଠୀ ଗଣ୍ଡଗୋଳରେ ମନୋରମାଙ୍କର ଘରେ ପଶି ଟିଭି, ଫ୍ରିଜ ଅନ୍ୟାନ୍ୟ ଉପକରଣ ଭାଙ୍ଗିବା ସହ ଧାନ, ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଫିଙ୍ଗିବା ସହ ଘରଦ୍ୱାର ଭାଙ୍ଗିବା ଅଭିଯୋଗ ଉଠିଛି । ସେଥି ପାଇଁ ଭୟରେ ଘରେ ପଶୁ ନାହାନ୍ତି ମନୋରମାର ଘର ଲୋକେ । ସ୍ଥାନୀୟ ପ୍ରଶାସନ ଠାରୁ ନ୍ୟାୟ ନପାଇ ଜିଲ୍ଲା ଏସପିଙ୍କୁ ଅଭିଯୋଗ କରିଥିବାର କହିଛନ୍ତି ପରିବାର ଲୋକେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବାର ଜଣାପଡ଼ିଛି । ଯଦି ନ୍ୟାୟ ନ ମିଳେ ତାହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନସନରେ ବସିବେ ବୋଲି କହିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.