Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲାରେ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୮୬ ଶତାଂଶ: ୯୦ ପ୍ରତିଶତରୁ ଅଧିକ...

ନୟାଗଡ଼ ଜିଲାରେ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର ୮୬ ଶତାଂଶ: ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ସୁପ୍ରିୟା, ଶୁଭମ୍ ଓ ସୌମ୍ୟ

180

ନୟାଗଡ଼, ୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ହୋଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ନୟାଗଡ଼ ଜିଲାରେ ପାସ୍ ହାର ୮୫.୮୨ ଶତାଂଶ ହୋଇଛି। ଜିଲାରେ ସମୁଦାୟ ୨୫୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ସେମାନଙ୍କ ମଧ୍ୟରୁ ୨୧୬୮ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୫୭ ଜଣ ପାସ୍ କରିଥିଲାବେଳେ ଦ୍ୱିତୀୟ ଶ୍ରେଣୀରେ ୭୧୪ଜଣ, ତୃତୀୟ ଶ୍ରେଣୀରେ ୫୨୮ଜଣ ଏବଂ କମ୍ପାର୍ଟମେଂଟାଲରେ ୯ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ନୟାଗଡ଼ କଲେଜର ଛାତ୍ରୀ ତଥା ନୂଆଗାଁ ବ୍ଳକ ମହିପୁର ଗ୍ରାମର ଭଗବାନ ବେହେରାଙ୍କ ଝିଅ ସୁପ୍ରିୟା ବେହେରା ୬୦୦ ମାର୍କରୁ ୫୪୯ ନମ୍ବର ଓ ସେହି ନୂଆଗାଁ ବ୍ଳକ ଖଣ୍ଡୁଗାଁ ଗ୍ରାମର ବୁନ୍ଦାବନ ଦାଶଙ୍କ ପୁଅ ଶୁଭମ୍ ୬୦୦ ମାର୍କରୁ ୫୪୪, ସୌମ୍ୟରଂଜନ ମହାରଣା ୫୪୧ ମାର୍କ ରଖି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.