Home ଓଡ଼ିଶା ବାର୍ଷିକ ରିଟର୍ଣ୍ଣ (ଫର୍ମ ଜିଏସଟିଆର-୯) ଫାଇଲ ନେଇ ସ୍ପଷ୍ଟୋକ୍ତି

ବାର୍ଷିକ ରିଟର୍ଣ୍ଣ (ଫର୍ମ ଜିଏସଟିଆର-୯) ଫାଇଲ ନେଇ ସ୍ପଷ୍ଟୋକ୍ତି

510

ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ଫର୍ମ ଜିଏସଟିଆର-୯ରେ ବାର୍ଷିକ ରିଟର୍ଣ୍ଣ ଫାଇଲର ଶେଷ ତାରିଖ ରହିଛି ଜୁନ ୩୦, ୨୦୧୯। ଏହି ବାର୍ଷିକ ରିଟର୍ଣ୍ଣ ଫାଇଲ ନେଇ ବାଣିଜ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନମାନେ କେତେକ ପ୍ରଶ୍ନ ଉଠାଇଛନ୍ତି ଯାହାର ସ୍ପଷ୍ଟୋକ୍ତି ନିମ୍ନରେ ପ୍ରଦାନ କରାଗଲା:

୧) ୦୧.୦୫, ୨୦୧୯ ସୁଦ୍ଧା ଫର୍ମ ଜିଏସଟିଆର-୨କରେ ଥିବା ସୂଚନା ଫର୍ମ ଜିଏସଟିଆର-୯ର ଟେବୁଲ ୮କରେ ଅଟୋ-ପପୁଲେଟେଡ ହେବ।

୨) ଫର୍ମ ଜିଏସଟିଆର-୯ର ଟେବୁଲ ୮ଗରେ ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଆଗତ ଯୋଗାଣ ଉପରେ ଇନପୁଟ କର କ୍ରେଡିଟ ଘୋଷଣା କରାଯିବ।

୩) ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଏପ୍ରିଲ ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ରିଟର୍ଣ୍ଣରେ ଘୋଷଣା ହୋଇଥିବା କାରବାର ସମ୍ବନ୍ଧୀୟ ସୂଚନାକୁ ଫର୍ମ ଜିଏସଟିଆର-୯ର ପଏଂଟ ୫ରେ ପ୍ରଦାନ କରାଯିବ। ଏହି ସୂଚନାରେ ଫର୍ମ ଜିଏସଟିଆର-୧ର ଟେବୁଲ ୧୦ ଏବଂ ଟେବୁଲ ୧୧ରେ ପ୍ରଦାନ କରାଯାଇଥିବା ସଂଶୋଧନ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା ରହିଥାଇ ପାରେ।

୪) ସୂଚନା ଯୋଗ୍ୟ ଯେ ଫର୍ମ ଜିଏସଟିଆର-୧ରେ ଯେତବେଳେ ଯୋଗାଣ ସମ୍ବନ୍ଧରେ ଘୋଷଣା କରାଯାଇଥାଉ ନା କାହିିଁକି ପଏଂଟ-୨ ଓ ପଏଂଟ-୪ରେ ଯୋଗାଣ ଘୋଷଣା କରିବାର ନିୟମ କେତେବେଳେ ଫର୍ମ ଜିଏସଟିଆର-୯ଖ ମାଧ୍ୟମରେ କର ପ୍ରଦାନ କରାଯାଇଥିଲା ତାହା ଉପରେ ନିର୍ଭର କରିବ। ଏପରି ଯୋଗାଣ କ୍ଷେତ୍ରରେ ଯଦି ଫର୍ମ ଜିଏସଟିଆର-୩ଖ ମାଧ୍ୟମରେ ଜୁଲାଇ ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ପ୍ରଦାନ କରାଯାଇଥାଏ ତେବେ ଏହି ଯୋଗାଣକୁ ପଏଂଟ-୨ରେ ଘୋଷଣା କରାଯିବ ଏବଂ ଯଦି କର ଫର୍ମ ଜିଏସଟିଆର-୩ଖ ମାଧ୍ୟମରେ ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ପ୍ରଦାନ କରାଯାଇଥାଏ ତେବେ ଏପରି ଯୋଗାଣକୁ ଫର୍ମ ଜିଏସଟିଆର-୯ର ପଏଂଟ-୫ରେ ଘୋଷଣା କରାଯିବ।

୫) ପଞ୍ଜିକୃତ ବ୍ୟକ୍ତିଙ୍କ ଦ୍ୱାରା ଯଦି କୌଣସି ବହିର୍ଗତ ଯୋଗାଣକୁ ଫର୍ମ ଜିଏସଟିଆର-୧ ଏବଂ ଫର୍ମ ଜିଏସଟିଆର-୩ଖରେ ଘୋଷଣା କରାଯାଇ ନଥିବ ତାହାକୁ ଫର୍ମ ଜିଏସଟିଆର-୯ର ପଏଂଟ-୨ରେ ଘୋଷଣା କରାଯିବ। ଏହି ଅତିରିକ୍ତ ଦେୟକୁ ପଏଂଟ-୨ରେ ଗଣନା କରାଯିବ ଏବଂ ଫର୍ମ ଜିଏସଟିଆର-୯ରେ ଥିବା ସ୍ତମ୍ଭ “କର ଦେୟ” ଓ “କ୍ୟାସ ମାଧ୍ୟମରେ ଦେୟ” ମଧ୍ୟରେ ଥିବା ବ୍ୟବଧାନକୁ ଫର୍ମ ଡିଆରସି-୦୩ ମାଧ୍ୟମରେ ଦେୟ ପ୍ରଦାନ କରାଯିବ।

୬) ଅନେକ କରଦାତା ଅଟୋ-ପପୁଲେଟେଡ ତଥ୍ୟ ଏବଂ ସେମାନଙ୍କ ଆକାଉଂଟ ବୁକ କିମ୍ବା ରିଟର୍ଣ୍ଣ ବୁକରେ ଅମେଳ ରହୁଥିବା ଦର୍ଶାଇଛନ୍ତି। କରଦାତାମାନଙ୍କ ଦ୍ୱାରା ଦର୍ଶାଯାଇଥିବା ଏକ ସାଧାରଣ ଆହ୍ୱାନ ଫର୍ମ ଜିଏସଟିଆର-୯ର ଟେବୁଲ ୪ରେ ରହିଛି ଯେଉଁଥିରେ କି ଫର୍ମ ଜିଏସଟିଆର-୧ର ସମ୍ପୂର୍ଣ୍ଣ ତଥ୍ୟ ନଥାଇପାରେ, ମାତ୍ର ଫର୍ମ ଜିଏସଟିଆର-୩ଖ ମାଧ୍ୟମରେ କର ପ୍ରଦାନ କରାଯାଇ ସାରିଛି ଏବଂ ସେଥିପାଇଁ କରଦାତାମାନେ ଜିଏସଟିଆର-୩ଖର ଅଟୋ-ପପୁଲେଟେଡ ସୂଚନା ଏବଂ ତଥ୍ୟ ମଧ୍ୟରେ ଅମେଳ ପାଇଥା’ନ୍ତି। ସୂଚନା ଯୋଗ୍ୟ ଯେ କରଦାତାମାନଙ୍କର ସୁଗମତା ପାଇଁ ଅଟୋ-ପପୁଲେସନ ବ୍ୟବସ୍ଥା କରାଯାଇଛି। ଆର୍ଥିକ ବର୍ଷ ଚାଲୁ ରହିଥିବା ସମୟରେ କରଦାତା ସେମାନଙ୍କ ଆକାଉଂଟ ବୁକ କିମ୍ବା ରିଟର୍ଣ୍ଣ ବୁକ ଅନୁଯାୟୀ ତଥ୍ୟର ରିପୋର୍ଟ ଦାଖଲ କରିପାରିବେ।

୭) ଅନେକ କରଦାତା ଦର୍ଶାଇଛନ୍ତି ଯେ ସାମଗ୍ରୀ ଆମଦାନୀ କରିବା ସମୟରେ ପ୍ରଦାନ କରାଯାଇଥିବା ଆଇଜିଏସଟି କ୍ରେଡିଟକୁ ପୁରଣ କରିବା ପାଇଁ ଟେବୁଲ ୮ରେ କୌଣସି ଧାଡି ନାହିଁ ମାତ୍ର ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏହାର ଲାଭ ଉଠାଯାଇଛି। ଏଥିପାଇଁ ସନ୍ଦେହ ରହିଥିଲା ଯେ ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଉପଲବ୍ଧ ଥିବା ଜମାରାଶି, ଯାହାକୁ କି ରିପୋର୍ଟ କରାଯାଇ ନାହିଁ, ତାହା ଲାପ୍ସ ହୋଇଯିବ। ଏହି ନିର୍ଦ୍ଧିଷ୍ଟ ଏଂଟ୍ରି ପାଇଁ କରଦାତାମାନଙ୍କୁ ଉପଦେଶ ପ୍ରଦାନ କରାଯାଉଛି କି ଫର୍ମ ଜିଏସଟିଆର-୯ର ଟେବୁଲ ୬ (ଙ)ରେ ଥିବା ସୂଚନା ଅନୁଯାୟୀ ୨୦୧୭ ଜୁଲାଇରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ସାମଗ୍ରୀ ଆମଦାନୀରୁ ମିଳିଥିବା ସମସ୍ତ ଜମାରାଶିକୁ ପଇଠ କରନ୍ତୁ।

୮) ଯେକୌଣସି ଯୋଗାଣ ପାଇଁ ଫର୍ମ ଡିଆରସି-୦୩ ମାଧ୍ୟମରେ ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ଦେୟକୁ ଫର୍ମ ଜିଏସଟିଆର-୯ ଅନୁଯାୟୀ ହିସାବକୁ ନିଆଯିବ ନାହିଁ ମାତ୍ର ଫର୍ମ ଜିଏସଟିଆର-୯ ଗରେ ମେଳ କରିବା ସମୟରେ ରିପୋର୍ଟ କରାଯିବ।

ଶେଷ ମିନିଟର ବ୍ୟସ୍ତତା ଦୂର କରିବା ଲାଗି ଯଥାଶୀର୍ଘ ସେମାନଙ୍କର ବାର୍ଷିକ ରିଟର୍ଣ୍ଣ (ଫର୍ମ ଜିଏସଟିଆର-୯) ଫାଇଲ କରିବା ପାଇଁ ସମସ୍ତ କରଦାତାମାନଙ୍କୁ ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.