Home ଜିଲ୍ଲା ପରିକ୍ରମା ନୂଆ କୋବିଡ଼ ଆକ୍ରାନ୍ତ ୬୧, ମୃତୁୃ୍ୟ ସଂଖ୍ୟାରେ ଆଉ ୧ ବୃଦ୍ଧି

ନୂଆ କୋବିଡ଼ ଆକ୍ରାନ୍ତ ୬୧, ମୃତୁୃ୍ୟ ସଂଖ୍ୟାରେ ଆଉ ୧ ବୃଦ୍ଧି

74

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୬୧ଜଣ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ଆଉ ୧୧୪ ବୃଦ୍ଧି ପାଇଛି । ଜିଲ୍ଲାର ମୋଟ ୮୬ ହଜାର ୪୭୦ ନମୁନା ପରୀକ୍ଷା ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୫୩୧୭ । ମୋଟ ସୁସ୍ଥ ହୋଇଛନ୍ତି ୪୪୮୨ । ସେହିଭଳି ମୃତ୍ୟୁ ସଂଖ୍ୟା ଗତକାଲି ୧୩ ଥିବା ବେଳେ ଏଥିରେ ଆଉ ୧ ବୃଦ୍ଧି ହୋଇ ମୋଟ ମୃତ୍ୟୁ ସଂଖ୍ୟା ହୋଇଛି ୧୪ । ସେହିଭଳି ମୋଟ ଆକ୍ଟିଭ ଆକ୍ରାନ୍ତ ଅଛନ୍ତି ୮୨୧ଜଣ । ଚିହ୍ନଟ ୬୧ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ବ୍ଲକରୁ ୧୩ଜଣ, ଭଦ୍ରକ ପୌରପାଳିକାରୁ ୯, ବାସୁଦେବପୁରରୁ ୧୨, ଚାନ୍ଦବାଲିରୁ ୬, ଧାମନଗରରୁ ୯, ଭଣ୍ଡାରିପୋଖରୀରୁ ୫, ବନ୍ତ ବ୍ଳକରୁ ୩, ତିହିଡି ବ୍ଳକରୁ ୨ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.