Home ଜିଲ୍ଲା ପରିକ୍ରମା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣୀ

67

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଭଦ୍ରକ ଜିଲା ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ ଆଜି ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ବିଭାଗର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ବସନ୍ତିଆ ଗ୍ରାମପଞ୍ଚାୟତରେ ଥିବା ଭବାନୀ ସିକ୍ୟୁରିଟି ଏଜେନ୍ସି ନାମକ ଏକ ଘରୋଇ ସଂସ୍ଥାର ସହ ସତ୍ୱାଧିକାରୀ ଅକ୍ଷୟ କୁମାର ଦାସ ଲେବର ଲାଇସେନ୍ସ ନବୀକରଣ ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇଥିଲେ । କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ ନବୀକରଣ ବାବଦ ତାଙ୍କ ଠାରୁ ୧୩ ହଜାର ଟଙ୍କା ହାତଗୁଂଜା ଦାବି କରିଥିଲେ । ଫଳରେ ଶ୍ରୀ ଦାସ ବହୁବାର ଦୌଡି ନିରାଶ ହେବା ପରେ ସମସ୍ତ ଖବର ବାଲେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଏବଂ କନିଷ୍ଠ କିରାଣୀ ଶ୍ରୀ ବାରିକଙ୍କ ସହ ହୋଇଥିବା ମୂଲଚାଲ ପରେ ୯ ହଜାର ଟଙ୍କା ଦେବାର ସ୍ଥିର ହୋଇଥିଲା । ଏହାପରେ ଅକ୍ଷୟ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଯୋଜନା ମୁତାବକ ରଂଗମଖା ଟଙ୍କାକୁ ନେଇ ଆଜି ଶ୍ରମ କାର୍ଯ୍ୟାଳୟ ପରିସରରେ ଶ୍ରୀ ବାରିକଙ୍କୁ ଦେଉଥିବାବେଳେ ପୂର୍ବରୁ ଛକି ବସିଥିବା ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ର ମିଳିତ ଭିଜିଲାନ୍ସ ଟିମ୍ ଚଢାଉ କରି ସୁଧାକରଙ୍କ ନିକଟରୁ ଉକ୍ତ ରଂଗମଖା ଟଙ୍କା ଜବତ କରିଥିଲେ । ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ କେଶ୍ ନଂ ୨୭/୨୦ ରୁଜୁ ତାଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.