Home Coronavirus Outbreak ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଲେ ୫-ଟି...

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଲେ ୫-ଟି ସଚିବ

117

ଭୁବନେଶ୍ୱର ୪ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ଧାର୍ମିକ ସମାରୋହରେ ଯୋଗଦେଇଥିବା ଓଡ଼ିଶା ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଚିଠିରେ ୫-ଟି ସଚିବ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳ ପ୍ରଶାସନ ଓ ପୁଲିସ ନିଜ ସୋର୍ସ ମାଧ୍ୟମରେ ଚିହ୍ନଟ କରନ୍ତୁ। ସେମାନଙ୍କୁ ସାହାସ ଦେବା ସହ ତଥ୍ୟ ଜଣାଇବାକୁ ଆହ୍ୱାନ ଦିଅନ୍ତୁ। ୫-ଟି ସଚିବ ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସିବାକୁ ଧର୍ମଗୁରୁ ଆହ୍ୱାନ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସାମ୍ନାକୁ ଆସିଲେ ସରକାର ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ। ସଂପୃକ୍ତ ବ୍ୟକ୍ତି ଓ ପରିବାରକୁ ସଂପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ହେବ। ସଂପୃକ୍ତ ବ୍ୟକ୍ତି, ପରିବାର ଓ ରାଜ୍ୟ ପାଇଁ ମହଙ୍ଗା ପଡ଼ିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.