Home ଆନ୍ତର୍ଜାତୀୟ ତାଣ୍ଡବ ରଚିଲା ଲେକିମା

ତାଣ୍ଡବ ରଚିଲା ଲେକିମା

396

ଚୀନ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) :ସାମୁଦ୍ରିକ ଝଡ଼ ଲେକିମା ଚୀନରେ ତାଣ୍ଡବ ରଚିଛି। ଲେକିମା ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଭୂସ୍ଖଳନ ଯୋଗୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।

ସେହିପରି ଭୂସ୍ଖଳନ ଯୋଗୁ ୧୮ ଜଣ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଲେକିମା ସାଂଘାଇରେ ଲାଣ୍ଡ ଫଲ କରିଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ଚୀନରେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.