Home ଓଡ଼ିଶା ପଞ୍ଚ ତାରକା ହୋଟେଲରେ ରହି ଟଙ୍କା ନ ଦେଇ ଫେରାର

ପଞ୍ଚ ତାରକା ହୋଟେଲରେ ରହି ଟଙ୍କା ନ ଦେଇ ଫେରାର

585

ହାଇଦ୍ରାବାଦ,୧୧/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ହାଇଦ୍ରାବାଦରେ ଜଣେ ବ୍ୟକ୍ତି ୩ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏକ ପଞ୍ଚତାରକା ହୋଟେଲରେ ରହିବା ପରେ ବିଲ ନଭରି ଫେରାର ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ପାଖାପାଖି ୧୨.୩୪ ଲକ୍ଷ ଟଙ୍କାର ବିଲ ହୋଇଥିଲା ।

ଅଭିଯୁକ୍ତଙ୍କ ନାମ ଶଙ୍କର ନାରାୟଣ ବୋଲି ଜଣାପଡିଛି । ତାଜ ବଂଜାରା ହୋଟେଲର ମ୍ୟାନେଜରଙ୍କ ଅଭିଯୋଗ ଅନୁଯାୟୀ ବ୍ୟକ୍ତିଙ୍କ ନାମରେ ଏକ ଏତେଲା ଦାୟର କରାଯାଇଛି ।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ବିଶାଖାପାଟଣାର ଜଣେ ବ୍ୟବସାୟୀ ଅଟନ୍ତି । ହୋଟେଲର ମ୍ୟାନେଜମେଣ୍ଟ ଅନୁସାରେ ନାରାୟଣ ତାଜ ବଂଜାରା ହୋଟେଲରେ ୧୦୨ ଦିନ ଧରି ରହି ଆସୁଥିଲେ । ତାଙ୍କର ସମୁଦାୟ ୨୫.୯୬ ଲକ୍ଷ ଟଙ୍କା ବିଲ ହୋଇଥିଲା ସେଥିରୁ ସେ ୧୩.୨୬ଲକ୍ଷ ଟଙ୍କା ଦେଇଥିଲେ ଏବଂ ଏହାପରେ ସେ କାହାକୁ କିଛି ନକହି ଏପ୍ରିଲ ମାସରେ ହୋଟେଲ ଛାଡି ଚାଲି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.