Home କେନ୍ଦ୍ରାପଡ଼ା ଜିଲାରେ ପର୍ଯ୍ୟାପ୍ତ କରୋନା ଟିକା ମହାଜୁଦ ଦାବି

ଜିଲାରେ ପର୍ଯ୍ୟାପ୍ତ କରୋନା ଟିକା ମହାଜୁଦ ଦାବି

29

ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ଦ୍ୱିତୀୟ ଲହରରେ ଦ୍ରୁତଗତିରେ ବାଲେଶ୍ୱରରେ ହେଉଥିବା କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ। ଦ୍ୱିତୀୟ ଲହରରେ କରୋନା ଭୂତାଣୁ ଅତ୍ୟନ୍ତ ଭୟାବହ ହୋଇଥିବା ବେଳେ ଏହାକୁ ପ୍ରତିହତ ପାଇଁ ସବୁ ମହଲରୁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ସେମାନେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟିର ସଭାପତି ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଉପସଭାପତି ପ୍ରଭାକର ସାହୁ ଓ ନିରଞ୍ଜନ ରାଉତ, ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଉପଦେଷ୍ଟା ବନମାଳୀ ନାୟକଙ୍କ ସମେତ ସୁଜାତାରାଣୀ ପଣ୍ଡା, ଜୟନ୍ତୀ ମହାନ୍ତି, ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗଦେଇ କରୋନାର ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋକପାତ କରିଥିଲେ। କୋଭିଡ ସେଂଟର ଗୁଡ଼ିକ ଓ କୋଭିଡ ହସପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ୧୦୦ଶଯ୍ୟା ଥିବା ସେଂଟରଗୁଡ଼ିକରେ ଅଶୀ ଶତାଂଶ ଶଯ୍ୟା ଅକ୍ସିଜେନ ଚିକିତ୍ସାର ଅତ୍ୟାଧୁନିକ ବ୍ୟବସ୍ଥା କରିବା ପାଇଁ କମିଟି ପକ୍ଷରୁୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଜିଲାରେ ମାତ୍ର ୪୦ଗୋଟି ଭେଂଟିଲେଟର ଥିବା ବେଳେ ଏହି ସଂଖ୍ୟାକୁ ଯଥେଷ୍ଟ ବୃଦ୍ଧି ପାଇଁ ସରକାରଙ୍କ ତରଫରୁ ଘୋଷଣା ମୁତାବକ ପ୍ରତ୍ୟେକ ଜିଲ୍ଳା ପରିଷଦ ଜୋନ ଅଧୀନରେ କୋଭିଡ଼ ସେଂଟର ପ୍ରତିଷ୍ଠା ଜରୁରୀ ଏବଂ ଉକ୍ତ ସ୍ଥାନରେ ଅଧିକ ଟେଷ୍ଟିିଂ କରାଯିବାକୁ ଦାବି କରାଯାଇଛି। ଜିଲାରେ ଅଧିକାଂଶ କେନ୍ଦ୍ରରେ ଟିକାର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଆସନ୍ତା ମଇ ପହିଲାରୁ ଯୁବବର୍ଗଙ୍କୁ ଟିକାକରଣ ପୂର୍ବରୁ ଆବଶ୍ୟକୀୟ ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ ରଖିବାକୁ ସରକାରଙ୍କୁ ନିବେଦନ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ତରଫରୁ ଜନସାଧାରଣ ସରକାରୀ କଟକଣା ଓ ନିର୍ଦ୍ଦେଶକୁ ନିଷ୍ଠାର ସହ ମାନିବାକୁ ନିଜ ଅଂଚଳରେ କମିଟିର ସଦସ୍ୟ/ସଦସ୍ୟାମାନେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତା ଓ ସହଯୋଗ ନେବାକୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.