Home ଓଡ଼ିଶା ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

63

କଳାହାଣ୍ଡି ୧୬.୦୫ – (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲା ର ଜୁନାଗଡ଼ ସହର ରେ ଚୋରିକରି ଫେରାର ଥିବା ଆସାମିକୁ ଜୁନାଗଡ଼ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି। ଜୁନାଗଡ ଥାନା କେଶ ନଂ. ୨୧୪ ତା.୦୯.୦୫.୨୦୨୨ ଆଇପିସିର ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଗିରଫ ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ସୂଚନା ମିଳିଛି। ପ୍ରକାଶ ଯେ ଗତ ୯ତାରିଖ ଦିନ ସହରର ପ୍ରଭାକର ସାହୁ ତାଙ୍କ ବୋଲେରୋ ଗାଡ଼ିରୁ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏଥିନେଇ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ଗତ ୧୩ ତାରିଖରେ ଗଂଜାମ ଆସିକା ଅଂଚଳର ଅଭିଯୁକ୍ତ ଏ ଅଞ୍ଜନା ରାଓ (୩୦) ଙ୍କୁ ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ସମ୍ବୁଖରୁ ଗିରଫ କରିଥିଲା ଏବଂ ଅନ୍ୟଜଣେ ସହଯୋଗୀ ସେଠାରୁ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତଙ୍କ ଠାରୁ ନଗଦ ୮୪, ୯୫୦ ଟଙ୍କା, ଏଆର ବ୍ୟାଗ, ମୋବାଇଲ ଫୋନ, ରଡ଼ ଏବଂ ଗୋଟିଏ ଇଉନିକର୍ଣ ମୋଟର ସାଇକେଲ ଉଦ୍ଧାର କରାଯାଇଛି।୨ ଅଭିଯୁକ୍ତ ଜିଲ୍ଲାର ଆହୁରି ୬ ଗୋଟି ବିଭିନ୍ନ ମାମଲାରେ ଜଡିତ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଅଞ୍ଜନା କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଅସାମୀକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.