Home ଜିଲ୍ଲା ପରିକ୍ରମା ପବିତ୍ର ରଥଯାତ୍ରା ଅବସରରେ “ସ୍ୱଚ୍ଛ ପୁରୀ ଅଭିଯାନ” ଆରମ୍ଭ କରାଯାଇ ପୁରୀ ଓ ଏହାର ଆଖପାଖ...

ପବିତ୍ର ରଥଯାତ୍ରା ଅବସରରେ “ସ୍ୱଚ୍ଛ ପୁରୀ ଅଭିଯାନ” ଆରମ୍ଭ କରାଯାଇ ପୁରୀ ଓ ଏହାର ଆଖପାଖ ଅଂଚଳକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ସ୍ୱଚ୍ଛତା ଆଚରଣ ପାଇଁ ଯାତ୍ରୀମାନଙ୍କୁ ସଚେତନ କରାଯିବ

28

ବିଜେପି ରାଜ୍ୟ ସ୍ୱଚ୍ଛ ଭାରତ ଅଭିଯାନର ବୈଠକ

ଶୈାଚାଳୟ ନିର୍ମାଣ ଦୁର୍ନୀତିର ପର୍ଦ୍ଦାଫାଶ ଏବଂ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ପାଇଁ ରାଜ୍ୟର ସମସ୍ତ ଅଂଚଳ ଗସ୍ତ କରିବ ବିଜେପି : ମହେଶ ମହାନ୍ତି
ଭୁବନେଶ୍ୱର ୧୬/୦୫ (ଓଡ଼ିଆ ପୁଅ) : ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାର ଭାରତବର୍ଷକୁ ବାହ୍ୟମଳମୁକ୍ତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଥିଲେ। ପ୍ରତିଟି ଘରେ ଶୈାଚାଳୟ ନିର୍ମାଣ କରି ବାହ୍ୟମଳ ପରିତ୍ୟାଗରୁ ସମାଜକୁ ମୁକ୍ତ କରାଯିବା ଲକ୍ଷ୍ୟରେ ମୋଦି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥି ପାଇଁ ବ୍ୟାପକ ମାତ୍ରାରେ ଆର୍ଥୀକ ଅନୁଦାନର ବ୍ୟବସ୍ଥା ମଧ୍ୟ କରିଥିଲେ। ଓଡିଶା ରାଜ୍ୟ ପାଇଁ ଏହି ଯୋଜନା ମାଧ୍ୟମରେ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ଆସିଛି। ଏହି ଯୋଜନା ଜରିଆରେ ଶୈାଚାଳୟ ନିର୍ମାଣ ପାଇଁ ଓଡିଶାକୁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଶାସକ ବିଜେଡି ମନ୍ତ୍ରୀ ଓ ନେତାମାନେ ଚଂଚକତା କରି ହରିଲୁଟ କରିଛନ୍ତି। ରାଜ୍ୟର ଗ୍ରାମାଂଚଳମାନଙ୍କରେ “ବାହ୍ୟ ମଳମୁକ୍ତ ଗ୍ରାମ”ର ସିମେଂଟର ଫଳକ ଲାଗିଛି ସତ, କିନ୍ତୁ ବାସ୍ତବରେ ଶୈାଚାଳୟ ନିର୍ମାଣ ହୋଇନାହିଁ। ସ୍ୱଚ୍ଛ ଭାରତ ଅଭିଯାନର ମୁଳ ଉଦ୍ଦେଶ୍ୟରୁ ବାହାରି ଯାଇ ବ୍ୟାପକ ହରିଲୁଟ୍‌ରେ ବ୍ୟସ୍ତ ଅଛନ୍ତି ଶାସକ ବିଜେଡି ମନ୍ତ୍ରୀ ଓ ନେତାମାନେ। ସାଧାରଣ ଗରୀବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଆସୁଥିବା ଅର୍ଥକୁ ଆତ୍ମସାତ କରିବା ଅତ୍ୟନ୍ତ ଲଜ୍ଜାଜନକ। ଏହାକୁ ଅଦୈା ବରଦାସ୍ତ କରାଯିବ ନାହିଁ ଏବଂ ଗାଁ ଗାଁ ବୁଲି ପାଇଖାନା ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରାଯିବ। ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ବିଜେପି ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ତରଫରୁ ନିଷ୍ପତି ନିଅଯାଇଛି। ବିଜେପି ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତିଙ୍କ ନେତୃତ୍ୱରେ ୫ ଜଣିଆ ରାଜ୍ୟ କମିଟି ଗଠନ ହୋଇଛି ଏବଂ ଏହି କମିଟିର ସଦସ୍ୟମାନେ ରାଜ୍ୟର ସମସ୍ତ ଅଂଚଳ ଗସ୍ତ କରି ଶୈାଚାଳୟ ନିର୍ମାଣ ଓ ବାସ୍ତବ ସ୍ଥିତି ନିରୀକ୍ଷଣ କରିବେ।

ସେହିପରି ଗତ ୨ ବର୍ଷ ହେଲାଣି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ରହିଛି ଏବଂ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ବହୁ ଜନସମାଗମ ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ପୁରୀ ସମେତ ଆଖପାଖ ଅଂଚଳରେ ଅଳିଆ ଆବର୍ଜନା ବୃଦ୍ଧି ପାଇବ। ତେଣୁ ଆସନ୍ତା ପବିତ୍ର ରଥଯାତ୍ରା ଅବସରରେ “ସ୍ୱଚ୍ଛ ପୁରୀ ଅଭିଯାନ” ଆରମ୍ଭ କରାଯାଇ ପୁରୀ ଓ ଏହାର ଆଖପାଖ ଅଂଚଳକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ସ୍ୱଚ୍ଛଛତା ଆଚରଣ ପାଇଁ ଯାତ୍ରୀମାନଙ୍କୁ ସଚେତନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ ସଂଯୋଜକ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ କମିଟିର ସଦସ୍ୟ ଶ୍ରୀମତୀ ପଦ୍ମଜା ଦେବତା, ଲମ୍ବୋଦର ନାୟକ, ମହେଶ ମିଶ୍ର ଏବଂ କାଳିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.