Home ଓଡ଼ିଶା ଘରୋଉ କଳିରୁ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଘରୋଉ କଳିରୁ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

117

ଯୋଡା – ୦୯/୧୦ (ଓିଡଆ ପୁୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ଅପରାହ୍ନ ପ୍ରାୟ ୫ ଟା ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ସ୍ତ୍ରୀ ବାସନ୍ତି ପାତ୍ର (୨୬) ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ହସ୍ତଗତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କ ବାସଭବନ ହୁଡିସାହୁରୁ ପ୍ରଥମେ ଯୋଡାସ୍ଥିତ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସ।।ଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୋନାଲୀ ମଧୁମୀତା ସ୍ୱାଇଁ ମହିଳାଟି ୬୦ ପ୍ରତିଶତ ଜଳିଯାଇଥିବା କହିଥିବା ବେଳେ ଠିକ୍ ସମୟରେ ଚିକିତ୍ସା ହୋଇପାରିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ମହିଳାଙ୍କ ସ୍ୱାମୀ ମିଥୁନ ପାତ୍ର ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରିଥାନ୍ତି । ତାଙ୍କର ୨ଟି ଶିଶୁ ପୁତ୍ର ଥିବା ଜଣାପଡିଥିବା ବେଳେ ୯ ବର୍ଷ ତଳେ ସେମାନଙ୍କର ବିବାବ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.