Home ଅପରାଧ ୩୭ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଋଷିକେଶରେ ଦୁଷ୍କର୍ମ ଅଭିଯୋଗ

୩୭ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଋଷିକେଶରେ ଦୁଷ୍କର୍ମ ଅଭିଯୋଗ

146

ନୂଆଦିଲ୍ଲୀ ୯ ଅକ୍ଟୋବର (ଓଡିଆ ପୁଅ) ଋଷିକେଶରେ ଆମେରିକାର ଜଣେ ୩୭ ବର୍ଷୀୟା ମହିଳାଙ୍କୁ ସ୍ଥାନୀୟ ବାସିନ୍ଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ନିଜ ଅଭିଯୋଗରେ କହିଛନ୍ତି ଯେ, ଯୋଗ ପ୍ରତି ତାଙ୍କର ଆଗ୍ରହ ଥିବାରୁ ଯୋଗ ଶିଖିବା ପାଇଁ ସେ ଋଷିକେଶରେ ଅଛନ୍ତି। ଜଣେ ବ୍ୟକ୍ତି ତାଙ୍କ ବାଲକୋନି ଦେଇ ତାଙ୍କ କୋଠରୀକୁ ଆସି ଅକ୍ଟୋବର ୫ରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

କିନ୍ତୁ, ପୋଲିସ କହିଛିଯେ, ଅଭିଯୁକ୍ତ ଜଣକ ତାଙ୍କୁ ଅନେକ ଥର ତାଙ୍କ ଘରକୁ ଡାକି ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ।

ଏହି ମାମଲା ସମ୍ପର୍କରେ ପୋଲିସ ଅଧିକାରୀ ଆର କେ ସାକଲାନି କହିଛନ୍ତି ଯେ, ଯୋଗ ଏବଂ ଡ୍ରଗ୍ସ ପ୍ରତି ମହିଳାଙ୍କ ପ୍ରେମ ତାଙ୍କୁ ଅଭିଯୁକ୍ତଙ୍କ ନିକଟତର କରିଥିଲା ଏବଂ ପରଷ୍ପର ପରଷ୍ପରକୁ ପୂର୍ବରୁ ଜାଣିଛନ୍ତି।

ଅଭିଯୁକ୍ତ ତାଙ୍କୁ ଅନେକ ଥର ତାଙ୍କ ଘରକୁ ଡାକି ଅକ୍ଟୋବର ୫ ଘଟଣା ପୂର୍ବରୁ ମଧ୍ୟ ତାଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ।

ସାକଲାନି ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତଙ୍କ ପିତା ଆମେରିକୀୟ ମହିଳାଙ୍କ ଉପରେ ତାଙ୍କ ପୁଅ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.