Home ଜିଲ୍ଲା ପରିକ୍ରମା ଗ୍ରାମ୍ୟ ନ୍ୟାୟାଳୟ ନେଇ ଜିଲ୍ଲାଜଜ୍‌ଙ୍କ କ୍ଷେତ୍ର ପରିଦର୍ଶନ

ଗ୍ରାମ୍ୟ ନ୍ୟାୟାଳୟ ନେଇ ଜିଲ୍ଲାଜଜ୍‌ଙ୍କ କ୍ଷେତ୍ର ପରିଦର୍ଶନ

247

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ଆଗରପଡ଼ା ଠାରେ ଗ୍ରାମ୍ୟ ନ୍ୟାୟାଳୟ ଖୋଲିବା ନେଇ ଆଜକୁ ୩ବର୍ଷ ଧରି ଦାବୀ ହୋଇ ଆସୁଥିଲା । ଏହି ପ୍ରରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲାଜଜ୍ ଶିଶିର କୁମାର ରଥ କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି । ସଂପୃକ୍ତ ଅଞ୍ଚଳ ଉପରେ ୧୧ ଗୋଟି ପଞ୍ଚାୟତର ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭରଶୀଳ ହୋଇଥାନ୍ତି । ଏଠାରେ ଥାନା, ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଡ଼ାକ୍ତରଖାନା, ଭଦ୍ରକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ୨ ଗୋଟି ମହାବିଦ୍ୟାଳୟ, ୩ ଗୋଟି ବ୍ୟାଙ୍କ, କୃଷି କାର୍ଯ୍ୟାଳୟ, ଅଗ୍ନିଶମ, ବନ ବିଭାଗ କାର୍ଯ୍ୟାଳୟ ସମେତ ଏକାଧିକ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନ ରହିଛି । ଏହି ଅଞ୍ଚଳଟି ୩ଗୋଟି ଜିଲ୍ଲା ଯଥା- ଭଦ୍ରକ, ବାଲେଶ୍ୱର, କେନ୍ଦୁଝରର ସଙ୍ଗମସ୍ଥଳ ହୋଇଥିବାରୁ ବିଭିନ୍ନ ସମୟରେ ଘଟଣା ଦୁର୍ଘଟଣା ମାନ ଘଟିଥାଏ । ଫୌଜଦାରୀ ଓ ଦେଓ୍ୟାନି, ପାରିବାରିକ ହିଂସା ମାମଲା ନିମନ୍ତେ ଭଦ୍ରକ କୋର୍ଟ ଉପରେ ନିର୍ଭରଶୀଳ ହୋଇଥାନ୍ତି । ତେବେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ତଥା ତ୍ୱରିତ ନ୍ୟାୟ ପାଇବା ଆଶାରେ ସରକାର ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ ନିମନ୍ତେ ସିଦ୍ଧାନ୍ତ ନେଇଛନ୍ତି । ଏହି କ୍ରମରେ ଆଜି ମଧ୍ୟାହ୍ନରେ ଜିଲ୍ଲାଜଜ୍ ପୁରୁଷଣ୍ଢ ପଞ୍ଚାୟତ ସନ୍ନିକଟ ରାଜୀବ ଭବନକୁ ବୁଲି ଦେଖିବା ସହ ଭିତ୍ତିଭୂମି, ଯୋଗାଯୋଗ, ବିଦ୍ୟୁତ ଓ ପାଣିର ସୁବିଧା, କର୍ମଚାରୀଙ୍କ ରହଣୀ ବ୍ୟବସ୍ଥା ଆଦି ବିଷୟ ପଚାରି ବୁଝିଥିଲେ । ବନ୍ତ ବିଡ଼ିଓ ରେବେକା ବିଲୁଙ୍ଗ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ପୁରୁଷଣ୍ଢ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା, ହାଇକୋର୍ଟର ଆଇନଜୀବି ମନୋଜ ରାୟ, ରାଜେନ୍ଦ୍ର ପାଣିଗ୍ରାହୀ, ନରସିଂହ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.