Home ଜିଲ୍ଲା ପରିକ୍ରମା କୋଭିଡ ମହାମାରୀ; ପାଣିପଞ୍ଚାୟତ ନିର୍ବାଚନକୁ କୃଷକ ସମିତିର ବିରୋଧ

କୋଭିଡ ମହାମାରୀ; ପାଣିପଞ୍ଚାୟତ ନିର୍ବାଚନକୁ କୃଷକ ସମିତିର ବିରୋଧ

20

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳସମ୍ପଦ ବିଭାଗ ପକ୍ଷରୁ ଅବଶିଷ୍ଟ ପାଣିପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସାନି ନିର୍ବାଚନ ବିଜ୍ଞପ୍ତିକୁ ମଞ୍ଜୁରୀରୋଡ ଅଞ୍ଚଳର କୃଷକ ସମିତି ପକ୍ଷରୁ ବିରୋଧ କରାଯାଇଛି । ଗତ ୨୦୨୦ ମାର୍ଚ୍ଚ ମାସରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିର୍ବାଚନକୁ କୋଭିଡ ସଂକ୍ରମଣ ଓ ତତ୍‌ଜନିତ ଲକଡାଉନ ପାଇଁ ବନ୍ଦ କରିଦିଆଯାଇଥିଲା । ସେହି ସମୟରେ ନିର୍ବାଚନ ହୋଇପାରିନଥିବା କେତେକ ପାଣିପଞ୍ଚାୟତର ଚକ କମିଟି ଓ ତାହାର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୩୧ ତାରିଖରେ କେଉଁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟନିର୍ମାଣ ଯନ୍ତ୍ରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ ମଞ୍ଜୁରୀରୋଡ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନ ୧୩ଟି ପାଣିପଞ୍ଚାୟତ ମଧ୍ୟରୁ ନିର୍ବାଚତ ବାତିଲ ହୋଇଥିବା ୪ ଟି ପାଣିପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ କରାଯାଇଛି । ମାତ୍ର କୋଭିଡ ସଂକ୍ରମଣ କ୍ଷିପ୍ରଗତିରେ ପୁନଃ ବୃଦ୍ଧି ପାଉଥିବାରୁ ଚଳିତ ମାସରେ ହେବାକୁ ଥିବା ଅବଶିଷ୍ଟ ପାଣିପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ କୃଷକ ସମିତି ପକ୍ଷରୁ ଦାବି କରାଯାଇଛି । ବିଦ୍ୟାଧର ଜେନା, ହରିହର ରାଉତ, ଅଭିରାମ ବିଶ୍ୱାଳ, ରାଜକିଶୋର ଜେନା, ବିନୋଦ ବିହାରୀ ରାଉତ ପ୍ରମୁଖ ଚାଷୀ ଏ ସମ୍ପର୍କରେ ମଞ୍ଜୁରୀରୋଡ ସହକାରୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଚାଷୀମାନଙ୍କ ଦାବିକୁ ଉପରିସ୍ଥ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ ବୋଲି ସଂପୃକ୍ତ ସହକାରୀ ଯନ୍ତ୍ରୀ ପରେଶ ଦାସ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.