Home ଜିଲ୍ଲା ପରିକ୍ରମା ରାଢୋ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଢୋ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

59

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତ ଅନ୍ତର୍ଗତ ରାଢୋସ୍କୁଲ ପଡିଆରେ ଏମ.ବି.ସି.ସି କ୍ଲବ ପକ୍ଷରୁ ଆୟୋଜିତ ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ସରପଞ୍ଚ ଅଲିଭା ନାୟକ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚ ଏମ.ବି.ଜେ.ଏସ. ନୂଆପଡା ଓ ଏମ.ଏମ.ସି.ସି ଚାଙ୍ଗୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏମ.ବି.ଜେ.ଏସ. ନୂଆପଡା ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଅମ୍ପାୟାର ରତିକାନ୍ତ ସାମଲ ଓ ଅଜିତ ସାମଲ ଖେଳ ପରିଚାଳନା କରିଥିଲେ । ଖେଳ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବିଜେପି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ମୁଖ୍ୟଅତିଥି କ୍ରୀଡାର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖି ଚାମ୍ପିଅନ ଓ ରନରସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଯୁବନେତା ସାଗର ଲେଙ୍କା, ନିତ୍ୟାନନ୍ଦ ନାୟକ, ରବିନାରାୟଣ ସାହୁ, ମନୋରଞ୍ଜନ ସାମଲ, ସିଦ୍ଧାର୍ଥ ଦାସ କୃତୀ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ । କ୍ଲବର ସଦସ୍ୟ ଦିନେଶ ରାଉତ, ପ୍ରକାଶ ଦାସ, ଦେବେନ୍ଦ୍ର ରାଉତ, ସତ୍ୟରଞ୍ଜନ ପାତ୍ର, ଉତ୍କଳମଣି ନାୟକ, ଶ୍ରୀଧର ନାୟକ, ସହଦେବ ଦାସ, ରାଜେଶ ଦାସ, ମାଧବ ଦାସ, ସିଦ୍ଧନାଥ ଦାସ, ବିଜୟ ତ୍ରିପାଠୀ, ସୁଶାନ୍ତ ଦାସ, ଯଶୋବନ୍ତ ବିନ୍ଧାଣି, ଅବିନାଶ ସାହୁ, ଶକ୍ତିରଞ୍ଜନ ରାଉତ, ସଞ୍ଜୟ ରାଉତ, ନୀଳମଧବ ରାଉତ, ସୌମ୍ୟନାୟକ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.