Home ଅପରାଧ କୋଭିଡ ନିୟମ ଉଲଙ୍ଘନ ପାଇଁ ୩ ପେଟ୍ରୋଲ ପମ୍ପରୁ ୧୫ ହଜାର ଫାଇନ ଆଦାୟ

କୋଭିଡ ନିୟମ ଉଲଙ୍ଘନ ପାଇଁ ୩ ପେଟ୍ରୋଲ ପମ୍ପରୁ ୧୫ ହଜାର ଫାଇନ ଆଦାୟ

150

ଯାଜପୁର ୧୮ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପେଟ୍ରୋଲ ପମ୍ପ ଗୁଡିକରେ କୋଭିଡ ନିୟମର ଉଲଙ୍ଘନ ଆଶଙ୍କାରେ ଜିଲ୍ଲାପାଳ ଚଳ୍ରବର୍ତ୍ତୀ ସିଂ ରାଠୋର ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଧରପଗଡ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହର ମଧ୍ୟରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକ ଉପରେ ତହସିଲଦାର ଶ୍ରୀ ପତି ଓ ତାଙ୍କ ଟିମ୍ ଧରପଗଡ ସମୟରେ ଅନେକ ସ୍ଥାନରେ ମାର୍ଗ ଦର୍ଶିକାର ଉଲଙ୍ଘନ ଦେଖିବାକୁ ପାଇଥିଲେ। ପେଟ୍ରୋଲ, ଡିଜେଲ ବିତରଣ କରୁଥିବା କର୍ମଚାରୀମାନେ, ଗ୍ରାହକମାନେ ମାସ୍କ ବ୍ୟବହାର କରୁ ନଥିବାରୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେହିପରି ତୈଳ ନେବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା। ନିୟମିତ ଭାବେ ପରିସରକୁ ସାନିଟାଇଜ କରିବା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି ଧରପଗଡରେ ହରଗୌରୀ, ଶାନ୍ତି ଓ ଆନ୍ ପିଂଲିଂ ଷ୍ଟେସନରୁ ପନ୍ଦର ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ନ ସୁଧୁରିଲେ ବା କୋଭିଡ ନିୟମ ଉଲଙ୍ଘନ କଲେ ଆଇନ ଅନୁସାରେ ଫିଲିଂ ଷ୍ଟେସନକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି। ଅପର ପକ୍ଷରେ ଅନ୍ୟ ସ୍ଥାନରେ ଥିବ ଫିଲିଂ ଷ୍ଟେସନ ଗୁଡିକୁ ମଧ୍ୟ ନିୟମିତ ଧରପଗଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.