Home କେନ୍ଦୁଝର ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ

ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ

143

ହାଟଡିହି ୧୮ । ୯ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବଗଡିଆ ଗ୍ରାମରେ ଏକ ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କରିଛି ଜୟଦୁର୍ଗାଫାଉଣ୍ଡେସନ ଟ୍ରଷ୍ଟ । ଉକ୍ତ ଗ୍ରାମରେ ଏକ ଷଣ୍ଢକୁ କେହି ଦୁର୍ବୁତ ଆକ୍ରମଣ କରି ଗୋଡ ଟିକୁ ହାଣି ଦେଇଥିଲା । ଫଳରେ ଦୀର୍ଘଦିନ ହେଲା ଷଣ୍ଢଟି ଗୁରୁତର ଆହତ ହୋଇ ପଡି ରହିଥିଲା । ଏ ଖବର ପାଇବାପରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ଶ୍ରୀଲେଖା ଜେନା ଓ ଅନ୍ୟ ସଦସ୍ୟମାନେ ପଶୁଚିକିତ୍ସକ ବିଦ୍ୟାଧର ଦାସଙ୍କୁ ଧରି ଆମ୍ବଗଡିଆରେ ପହଞ୍ଚି ଉକ୍ତ ଷଣ୍ଢକୁ ଚିକିତ୍ସା କରାଇଛନ୍ତି । ଏଥିରେ ଗ୍ରାମବାସୀ ମାନେ ମଧ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.