Home ଅନୁଗୁଳ କେ.ଏସ୍. ସୁନ୍ଦରମ, ଏନଟିପିସି କଣିହାଁ ପ୍ରକଳ୍ପର ନୂତନ ମୁଖ୍ୟ ନିଯୁକ୍ତ

କେ.ଏସ୍. ସୁନ୍ଦରମ, ଏନଟିପିସି କଣିହାଁ ପ୍ରକଳ୍ପର ନୂତନ ମୁଖ୍ୟ ନିଯୁକ୍ତ

68

ତାଳଚେର, ୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କ ଅଗଷ୍ଟ ୧ ତାରିଖରେ ଅବସର ପରେ ଶ୍ରୀ କେ.ଏସ୍ ସୁନ୍ଦରମ, ସିଜିଏମ୍, ଏନଟିପିସି ଏହି ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ସୁନ୍ଦରମ ୧୯୮୮ ମସିହାରେ ଏନଟିପିସିରେ ଯୋଗ ଦେଇଥିଲେ ଏବଂ ବଦରପୁରରୁ ଏକଜିକ୍ୟୁଟିଭ ଟ୍ରେନି ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଶ୍ରୀ ସୁନ୍ଦରାରାମଙ୍କ ଏନଟିପିସିରେ ୩୩ ବର୍ଷ ସେବା ଅଭିଜ୍ଞତା ରହିଛି ଏବଂ ଏହି ମହାରତ୍ନ କମ୍ପାନୀର ବିଭିନ୍ନ କ୍ଷେତ୍ରରେ ସେ ସେବା କରିଛନ୍ତି। ଏନଟିପିସି କଣିହାଁରେ ଯୋଗ ଦେବା ପୂର୍ବରୁ ଶ୍ରୀ ସୁନ୍ଦରମ ବିହାରର ବାରୁନି ଥର୍ମାଲ ପାୱାର ଷ୍ଟେସନରେ ପ୍ରକଳ୍ପର ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ। ଶ୍ରୀ ସୁନ୍ଦରମ ଜଣେ ଭେଟେରାନ ପାୱାର ପ୍ରଫେସନାଲ ଏବଂ ତାଙ୍କ ସହିତ ପାୱାର ସେକ୍ଟରରେ ଏକ ସମୃଦ୍ଧ ଅଭିଜ୍ଞତା ଆଣିଛନ୍ତି। ଏନଟିପିସି କଣିହାଁ ତରଫରୁ ବିଦାୟୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ. ଶ୍ରୀନିବାସ ରାଓଙ୍କୁ ଜୁଲାଇ ୩୦ ତାରିଖରେ ତାଙ୍କର ଏନଟିପିସି ପ୍ରତି ସେବା କାର୍ଯ୍ୟ ପାଇଁ ଏକ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.