Home Top News କୁଲୁରେ ଘାଟୀରୁ ଖସିଲା ପର୍ଯ୍ୟଟନ ବସ : ୭ ମୃତ ୧୦ ଆହତ

କୁଲୁରେ ଘାଟୀରୁ ଖସିଲା ପର୍ଯ୍ୟଟନ ବସ : ୭ ମୃତ ୧୦ ଆହତ

22

ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା। କୁଲୁ ଜିଲ୍ଲାର ବଞ୍ଜାର ଉପତ୍ୟକାର ଘିଆଗୀ ଅଞ୍ଚଳରେ ରବିବାର ଦିନ ଏକ ପର୍ଯ୍ୟଟନ ବସ ଘାଟୀରୁ ଖସିପଡ଼ିବା ଫଳରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦଶ ଜଣ ଆହତ ହୋଇଛନ୍ତି। ଗତକାଲି ରାତି ୮:୩୦ ସମୟରେ ଏହି ଦୁର୍ଣାଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ୫ ଆହତଙ୍କୁ ଜୋନାଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏବଂ ୫ ଜଣ ବଞ୍ଜାର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଗୁରୁଦେବ ସିଂ, ଏସପି, କୁଲୁ, ହିମାଚଳ ପ୍ରଦେଶ ପ୍ରକାଶ କରିଛନ୍ତି। କୁଲୁ ଜିଲ୍ଲା ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଗାଡ଼ିରେ ଡ୍ରାଇଭର ସମେତ ୧୭ ଜଣ ଲୋକ ଥିଲେ। ପୋଲିସ, ହୋମଗାର୍ଡ ଏବଂ ସ୍ଥାନୀୟ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.