ad
ଓଡ଼ିଶା

କାହିଁକି ଓଡିଶାରେ ବଦଳିପାରୁନାହିଁ ଇଂରେଜ ଅମଳର ପୁଲିସ୍ ବ୍ୟବସ୍ଥା, ଏଠାରେ ପଢନ୍ତୁ

ଦେଶରେ ଥିବା ପୁରୁଣାକାଳିଆ ଇଂରେଜ ଅମଳର ପୁଲିସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ୨୦୦୬ରେ ଏକ ଯୁଗାନ୍ତକାରୀ ନିର୍ଦ୍ଦେଶନାମା ଜରି କରିଥିଲେ। ଦୁଇଜଣ ଅବସରପ୍ରାପ୍ତ ପୁଲିସ୍ ଡିଜି ପ୍ରକାଶ ସିଂହ ଓ ଏନକେ ସିଂହଙ୍କ ଦ୍ୱାରା ୧୯୯୬ରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ବହୁ ତର୍ଜମା ଓ ଅନେକ କମିଟି ଗଠନ ପରେ ସେପ୍ଟେମ୍ବର ୨୨ ୨୦୦୬ରେ ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ଓ ସମସ୍ତ ରାଜ୍ୟସରକାରଗୁଡିକୁ ପୋଲିସ୍ ସଂସ୍କାର ପାଇଁ ସାତଟି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଆଦେଶ ଦେଇଥିଲେ। ଏହି ଐତିହାସିକ ନିର୍ଦ୍ଦେଶନାମାକୁ ଏବେ ୧୪ ବର୍ଷ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ଅଧିକାଂଶ ରାଜ୍ୟ ଏହାକୁ ପାଳନ କରିବାକୁ ଉଦ୍ୟମ କରିନାହାନ୍ତି କିମ୍ବା ଯେଉଁମାନେ କରିଛନ୍ତି, ତାହା ଅଧାପନ୍ତରିଆ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ ହୋଇନାହିଁ। ଓଡିଶାରେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇପାରିନାହିଁ। ଡିସେମ୍ବର ୨୦୧୩ରେ ଓଡିଶା ପୁଲିସ୍ ବିଲ୍ – ୨୦୧୩ ଆଗତ ହୋଇଥିଲେ ମଧ୍ୟ ସେମିତି ସେ ପଡିରହିଲା। ପୁଣି ୨୦୧୫ରେ ପୁଣି ଏହି ବିଲ୍ ବିଧାନସଭାରେ ଆଗତ କରାଗଲା। କିନ୍ତୁ ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁପାଳନ କରାଯାଇନଥିବାରୁ ରାଜନୈତିକ ନେତା, ମାନବାଧିକାର କର୍ମୀ ଓ ସାମଜିକକର୍ମୀମାନେ ଏହାର ବିରୋଧ କରିଥିଲେ। ନଭେମ୍ବର ୨୦୧୫ରେ ରାଜ୍ୟପାଳ ଏଥିରେ ମୋହର ନ ଲଗାଇ ଏହାକୁ ପୁନର୍ବିଚାର ପାଇଁ ଫେରାଇ ଦେଇଥିଲେ। ସେବେଠୁ ସେମିତି ଏହି ବିଲ୍ ପଡିରହିଛି। ଓଡିଶାରେ ହୋଇଥିବା ପୁଲିସ୍ ବିଲ୍ ରେ କିଭଳି ତ୍ରୁଟି ରହିଥିଲା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କିଭଳି ପାଳନ କରାଯାଇନଥିଲା ତାହା ଆଲୋଚନା କରିବା।

ପୁଲିସ୍ ଡିଜି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟର୍ କହିଥିଲେ ଚୟନ ପକ୍ରିୟାକୁ ଅଯଥା ହସ୍ତକ୍ଷେପରୁ ମକ୍ତୁ ରଖିବା ପାଇଁ କେନ୍ଦ୍ର ଲୋକସେବା ଆୟୋଗ ଦା୍ୱରା ମନୋନୀତ ତିନି ଜଣ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ମଧ୍ୟରୁ ହିଁ ପୋଲିସ ମୁଖ୍ୟଙ୍କୁ ମନୋନୀତ କରାଯିିବା ଉଚିତ୍। କିନ୍ତୁ ଓଡିଶା ସରକାର ଆଣିଥିବା ବିଲ୍ ରେ ଏହି ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ପ୍ରକ୍ରିୟା କଥା ଉଲ୍ଲେଖ କରାଯାଇନାହିଁ, ଏବଂ ରାଜ୍ୟ ସରକାର ତାଙ୍କର ସ୍ୱତନ୍ତ୍ର କ୍ଷମତା ବଳରେ ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତ କରିବେ ବୋଲି କୁହାଯାଇଛି। ଏହା କୋଟର୍ର ନିଦ୍ଦେର୍ଶନାମା ଉଲଂ୍ଲଘନ କରୁଛି। ଡ଼ିଜି ପାହ୍ୟା ପାଇଁ ତାଲିକାଭୁକ୍ତ ରାଜ୍ୟ ପୁଲିସ୍ ସେବାର ତିନିଜଣ ବରିଷ୍ଠ ଅଫିସରମାନଙ୍କ ମଧ୍ୟରୁ ହିଁ ରାଜ୍ୟ ସରକାର ଡ଼ିଜିି ନିଯୁକ୍ତି ବ୍ୟବସ୍ଥାକୁ ଏହି ବିଲ୍ ରେ ସ୍ଥାନ ଦେବା କଥା। କିଛି ମାପକାଠିକୁ ବିଚାରକୁ ନେଇ ରାଜ୍ୟ ସୁରକ୍ଷା ଆୟୋଗ ଡ଼ିଜିି ପାହ୍ୟା ପାଇଁ ତାଲିକା ପ୍ରସ୍ତୁତ କରିବେ: ଯେମିତି ପୂର୍ବ ୧୫ ବର୍ଷର ସେବାର କାର୍ଯ୍ୟ ସଂପର୍କିତ ରିପୋର୍ଟ, କେନ୍ଦ୍ରୀୟ ପୁଲିସ୍ ଏବଂ ଗଇୁନ୍ଦା ସଂସା୍ଥ ଓ ପଶ୍ରିକ୍ଷଣ କୋର୍ସରେ କାର୍ଯ୍ୟ ଅଭିଜ୍ଞତା, କୌଣସି ଅପରାଧ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷୀ ସାବ୍ୟସ୍ତ କିମ୍ବା ଦୁର୍ନୀତି, ନୈତିକ ବିଚ୍ୟୁତି, କର୍ତବ୍ୟରେ ଅବହେଳା ପାଇଁ କେନ୍ଦ୍ରୀୟ ବା ରାଜ୍ୟ ସରକାର ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ଦ୍ୱାରା ଦୋଷୀ ସାବ୍ୟସ୍ତ; କିମ୍ବା କୌଣସି ଏକ ଅଦାଲତ ଦ୍ୱାରା ଏଭଳି ଘଟଣାରେ ଚାର୍ଜଫ୍ରେମ ହୋଇଥିବା ବ୍ୟକ୍ତି ଏହି ପଦ ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ।

ଓଡିଶା ପୁଲିସ୍ ବିଲ୍‌ରେ ପରିଛେଦ-୪ରେ ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟ କହିଥିଲେ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଏହି କମିସନ ର ମୁଖ୍ୟ ହେବେ। ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଏବଂ ପୁଲିସ୍ ଡି-ଜି- ଏକ୍ସ ଅଫିସିଓ ସଚିବ ଭାବେ ରହିବେ। ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ କରିବେ। କିନ୍ତୁ ପୁଲିସ୍ ବିଲ୍‌ରେ କମିସନର ସଦସ୍ୟ ଭାବେ ବିରୋଧୀ ଦଳ ନେତାଙ୍କୁ ରଖାଯାଇନାହିଁ। ପୁନଶ୍ଚ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି। କୌଣସି ନିରପେକ୍ଷ କମିଟି ଦ୍ୱାରା ମନୋନୀତ ହେବା କଥା କୁହାଯାଇନାହିଁ। ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ଓଡିଶା ପୁଲିସ୍ ବିଲ୍ – ୨୦୧୫ର ପରିଛେଦ-୮ରେ “ପୋଲିସ୍ କମ୍ପେ୍ଲଂଟ୍‌୍ ଅଥରିଟି” ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଏହି ଅଥିରିଟି ରାଜ୍ୟ ସ୍ତରରେ ରହିବ ଓ ପ୍ରତ୍ୟେକ ଜିଲ୍ଲାସ୍ତରରେ ମଧ୍ୟ ରହିବ। ରାଜ୍ୟସ୍ତରରେ ଅଥରିଟିର ଅଧ୍ୟକ୍ଷ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍ ରହିବେ ଓ ଜିଲ୍ଲା ସ୍ତରରେ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏହାର ମୁଖ୍ୟ ରହିବେ। ପୁଣି ଅଭିଯୋଗକାରୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଏଥିରେ ବ୍ୟବସ୍ଥା କରିବାକୁ କୋର୍ଟ କହିଥିଲେ। ପୁଲିସ୍‌ର ଉତରଦାୟିତ୍ୱ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଓଡିଶା ବିଲ୍ ରେ କେବଳ ରାଜ୍ୟ ସ୍ତରରେ “ପୋଲିସ୍ କମ୍ପେ୍ଲଂଟ୍‌୍ ଅଥରିଟି” ରଖାଯାଇଛି। ଜିଲ୍ଲା ସ୍ତରରେ ରଖାଯାଇନାହିଁ। ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ଘୋର ଅସୁବିଧା ଭୋଗିବେ। ଅଧ୍ୟକ୍ଷଙ୍କ ମନୋନୟନ କଥା କିଛି ଲେଖାଯାଇନାହିଁ। ଅର୍ଥାତ୍ ରାଜ୍ୟ ସରକାର ତାଙ୍କ ଇଛାରେ ଅଧ୍ୟକ୍ଷ ନିଯୁକ୍ତି କରିପାରନ୍ତି। ବିଲ୍‌ରେ ଅଭିଯୋଗକାରୀଙ୍କ ସମ୍ପର୍କରେ ଆଦୌ ଉଲ୍ଲେଖ ନାହିଁ। ଏହି ବିଲ୍‌ରେ ପୁଲିସ୍‌ର ଉତରଦାୟିତ୍ୱକୁ ହାଲ୍‌କା ଭାବେ ନିଆଯାଇଛି। ସାଧାରଣ ଲୋକଟିଏ ପୁଲିସ୍ ବିରୋଧରେ କିପରି ଅଭିଯୋଗ ଦାଖଲ କରିବ, ସେ ବିଷୟରେ ଏହି ବିଲ୍‌ରେ ଠୋସ୍ ବ୍ୟବସ୍ଥା ରହିବା ଦରକାର। ପୁନଶ୍ଚ ପୁଲିସ୍ ଦୋଷ କଲେ, ସେ କିପରି ଉତରଦାୟୀ ରହିବ, ସେ ନେଇ ପୁଲିସ୍ ବିଲ୍‌ରେ ଦୃଢ ବ୍ୟବସ୍ଥାର ଆବଶ୍ୟକତା ରହିଛି।

ସୁପ୍ରିମକୋର୍ଟ କହିଥିଲେ ପୁଲିସ୍ ଆଇନ ଏକ ସଂସ୍କାର ମୂଳକ ଆଇନ ହେବ, ଯେଉଁଥିରେ ନାଗରିକମାନଙ୍କ ମାନବାଧିକାର ସୁରକ୍ଷାରୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ପୁଲିସ୍ ଏକ ଦମନମୂଳକ ବାହିନୀ ନ ହୋଇ ଏକ ସେବା ମୂଳକ ସଂସ୍ଥା ହେବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଓଡିଶା ପୁଲିସ୍ ବିଲରେ ସଂସ୍କାରମୂଳକ ପଦକ୍ଷେପଗୁଡିକୁ ସାମିଲ କରାଯାଇନାହିଁ। ଏହି ବିଲ୍‌ରେ ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ୍‌କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି। ସେହିପରି ଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥା ଅତି ସାଂଘାତିକ। କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା। ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ। ତେଣୁ ବିଲ୍‌ରୁ ଧାରା ୫୧(୩), ୬୩(୧), ୬୩(୨)କୁ ବାଦ୍ ଦେବାକୁ ମଧ୍ୟ ମାନବାଧିକାର କର୍ମୀମାନେ ଦାବି କରିଆସୁଛନ୍ତି। ବିଲ୍ ଉପରେ ଏସବୁ ଆପତି ଉଠାଇ ରାଜ୍ୟର ଅନେକ ସାମାଜିକ ଓ ମାନବାଧିକାର ଗୋଷ୍ଠୀ ରାଜ୍ୟପାଳଙ୍କୁ ବାରମ୍ଭାର ଭେଟିଥିଲେ। ଫଳସ୍ୱରୂପ ରାଜ୍ୟପାଳ ଏହି ବିଲ୍ ଉପରେ ନିଜର ସମ୍ମତି ନଜଣାଇ ପୁଣି ସରକାରଙ୍କ ପାଖକୁ ପୁନର୍ବିଚାର କରିବା ପାଇଁ ପଠାଇଦେଇଥିଲେ। ଏହି ଘଟଣାକୁ ଏହା ଭିତରେ ପାଂଚବର୍ଷ ବିତିଗଲାଣି। କିନ୍ତୁ ସରକାର ଏହି ବିଲ୍ ପୁନଃ ଆଗତ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ସେପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାକୁ ୧୬ ବର୍ଷ ବିତିଯାଇଛି। ଆଉ କେତେ ଦିନ ପରେ ସରକାର ପୁଲିସ୍ ସଂସ୍କାର କଥା ଭାବିବେ ଓ ଏଥିପାଇଁ ଉପଯୁକ୍ତ ଆଇନ ଆଣିବେ। ଏହା ହିଁ ବଡ ପ୍ରଶ୍ନବାଚୀ।

ପ୍ରସ୍ତୁତି – ଶ୍ରୀଅଖଣ୍ଡ
(ଶ୍ରୀଅଖଣ୍ଡ ଜଣେ ସାମ୍ବାଦିକ ଓ ମାନବିକ ଅଧିକାର କର୍ମୀ)

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top