Home ଜିଲ୍ଲା ପରିକ୍ରମା ଐତିହ୍ୟ ଗଛର ଗାଁ ରାମନଗର

ଐତିହ୍ୟ ଗଛର ଗାଁ ରାମନଗର

164

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଖଣ୍ଡତଡା ପଂଚାୟତରେ ଏକ ଛୋଟିଆ ଗାଁ ହେଉଛି ରାମନଗର । ସେଠାକାର ଲୋକ ସଂଖ୍ୟା ପାଖାପାଖି ତିନିଶହ । ଭଦ୍ରକ ସହର ଠାରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ ଏହି ଗାଁ । ଯେଉଁଠି ଐତିହ୍ୟର କିଛି ସ୍ମୃତି ଏବେ ବି ବିରାଜମାନ । ନିଜ ଐତିହ୍ୟ ହେଉଛି ବଟ୍ଟବୃକ୍ଷ । ଏହି ସାହିର ମଧ୍ୟ ଭାଗରେ ଅର୍ଥାତ୍ ଶ୍ରୀ ରାଧାକୃଷ୍ଣଙ୍କ ମନ୍ଦିର ନିକଟରେ ଏକ ବିଶାଳ ବଉଳ ଗଛ ରହିଛି । ଯାହାର ମୋଟେଇ ପାଖାପାଖି ୩୦ ଫୁଟ୍ ହେବ । ଏବଂ ତାର ଶାଖା ପ୍ରଶାଖା ପ୍ରାୟତଃ ଏକ ଏକରରୁ ଉଦ୍ଦ୍ୱର୍ ଜାଗାକୁ ବିସ୍ତାର କରିଛି । ସେହିଭଳି ବଟ୍ଟ ବୃକ୍ଷର ଭିନ୍ନ ଅବତାର ରହିଛି । ଏହାର ଚେରରୁ ପୁଣି ଗଛ ସୃଷ୍ଟି ହୋଇଛି । ଉଭୟ ଗଛର ବୟସ କେତେ ତାହା ବି କେହି କହି ପାରୁନାହାଁନ୍ତି । କିଛି ବରିଷ୍ଠ ଲୋକମାନଙ୍କ ମତରେ ତାଙ୍କ ଜେଜେଙ୍କ ଜେଜେ କହୁଥିଲେ ତାଙ୍କ ପିଲାବେଳୁ ସେହି ଗଛଟି ସେମିତି ରହିଛି । ବହୁ ପ୍ରଳୟଙ୍କାରୀ ଜଡ ବର୍ଷାକୁ ଉଭୟ ଗଛ ସାମ୍ନା କରିଛି । ଶ୍ରୀରାଧାକୃଷ୍ଣଙ୍କ ମନ୍ଦିରର କବଚ ହୋଇରହିଛି । ବହୁ ପଶୁପକ୍ଷୀଙ୍କ ଆଶ୍ରୟସ୍ଥଳୀ ମଧ୍ୟ ପାଲଟିଛି । କିଛି ଲୋକଙ୍କ ମତରେ ସେହି ଜାଗାରେ ଐଶର୍ଗିକ ଆନନ୍ଦ ରହିଛି । ଯାହାକି ନାନା ପ୍ରକାର କ୍ରାନ୍ତିର ମୁକ୍ତି ମିଳିଥାଏ । ବହୁ ଲୋକ ସେହି ଗଛକୁ ପୂଜାର୍ଚ୍ଚନା କରିଥାଆନ୍ତି । ସେହିପରି ଏହି ଗ୍ରାମର ଶେଷ ମୁଣ୍ଡରେ କେତୋଟି ବିଶାଳକାୟ ବଟ୍ଟବୃକ୍ଷ ରହିଛି । ଏହି ଗଛ ଏତେ ପୁରାତନ ଯେ ଗଛ ଡାଳରୁ ଚେର ବାହାରି ସେ ବି ଗଛ ପରି ଦେଖାଯାଉଛି । ଯାହାକି ହଠାତ୍ କେହି ଦେଖିଲେ ଏହାର ପ୍ରକୃତ ମୂଳ କେଉଁଠୁ ବାହାରିଛି, ତାକୁ ଅନୁମାନ କରିପାରିବେ ନାହିଁ । ଗୋଟିଏ ବଟ୍ଟବୃକ୍ଷର ଗଠନ ଭିନ୍ନ ପ୍ରକାର । ଏହି ବଟ୍ଟବୃକ୍ଷର ମୂଳ ଏବଂ କାଣ୍ଡ ଗୋଟିଏ ରହିଥିଲେ ମଧ୍ୟ ଉପରକୁ ୫ ପ୍ରକାର ଗଛ ଦେଖିବାକୁ ମିଳେ, ଯଥା ବଟ୍ଟବୃକ୍ଷ, ଅସ୍ୱତ୍ଥ, ଲିମ୍ବ, ଜାମ୍ବ ଏବଂ ବେଲ ବୃକ୍ଷ । ସେଥିପାଇଁ ଏହି ବୃକ୍ଷଟିକୁ ଲୋକମାନେ ପଞ୍ଚବୃକ୍ଷ ବୋଲି କହିଥାନ୍ତି । ବହୁ ଲୋକେ ଶକ୍ତିପୀଠ ଭାବି ସେଠାରେ ପୂଜାର୍ଚ୍ଚନା ମଧ୍ୟ କରିଥାଆନ୍ତି । ସେହି ଗଛ ପାଖରେ ଶ୍ରୀ ହନୁମାନଙ୍କ ମନ୍ଦିର ମଧ୍ୟ ଅଛି । ଏହି ଗଛ ଅନେକ ବାଟୋଇଙ୍କ ସାଥୀ ହୋଇଥାଏ । ରାମନଗର ଗ୍ରାମର ଲୋକମାନଙ୍କ ମଧ୍ୟରେ ଦାବି ଶକ୍ତି ହେଉ ଅବା ତାଙ୍କ ସଚେତନତାର ଚିନ୍ତାଧାରା ହେଉ, ସେମାନେ ତାଙ୍କ ପୂର୍ବଜଙ୍କ କିଛି ସ୍ମୃତିକୁ ସାଇତି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.