Home କୋରାପୁଟ ଏସଏଲଏନ ଏମସିଏଚ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ,ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

ଏସଏଲଏନ ଏମସିଏଚ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ,ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

46

କୋରାପୁଟ ୧୩-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଆଉଟସୋର୍ସିିଂ କର୍ମଚାରୀମାନେ ବକେୟା ଦରମା ପ୍ରଦାନ ଦାବିରେ ଧାରଣା ଦେଇଥିଲେ । କୋରାପୁଟ ହସପିଟାଲର ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର , ମ୍ୟାନେଜର  ଶୁଭେନ୍ଦୁ ପଣ୍ଡା , କୋରାପୁଟ ବିଡିଓ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ନରେନ୍ଦ୍ର ନାୟକ ଧାରଣାସ୍ଥଳକୁ  ଆସି ଆସନ୍ତାକାଲି ଦରମା ମିଳିଯିବ ବୋଲି ପ୍ରତିଶୃତି ଦେବା ପରେ କର୍ମଚାରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ ।କାର୍ଯ୍ୟବନ୍ଦ ଯୋଗୁଁ ହସପିଟାଲ ମଧ୍ୟରେ ଆବର୍ଜନା ପଡିରହିଥିବା ଦେଖିବାକୁ ମିଲିଥିଲା ।ଆସନ୍ତା ୨୨ ତାରିଖରୁ ୨୫ ତାରିଖ ମଧ୍ୟରେ ଆଉଟସୋର୍ସିଂ କର୍ମଚାରୀମାନଙ୍କ ରହିଥିବା ସମସ୍ୟା ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।ପ୍ରତ୍ୟେକ ମାସ ୧ ତାରିଖରୁ ୫ ତାରିଖ ମଧ୍ୟରେ ଦରମା ପ୍ରଦାନ କରିବାକୁ କୁହାଯାଇଥିଲେ ସୁଦ୍ଧା କାହିଁକି ପ୍ରଦାନ କରାଯାଉ ନାହିଁ ବୋଲି ଦୀପିକା ମିଶ୍ର  ପ୍ରଶ୍ନ କରିଛନ୍ତି ।ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସମ୍ମାନ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି ।
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କର୍ତୂପକ୍ଷ ବକେୟା ଅର୍ଥ ପ୍ରଦାନ କରୁ ନ ଥିବା ଅଭିରାମ କେୟାର ଟେକିଂ ସଂସ୍ଥାର ଏମଡି ରୂପକ ବେହୁରା ଅଭିଯୋଗ କରିଛନ୍ତି ।ହସପିଟାଲ କର୍ତୂପକ୍ଷ ଆଉଟସୋର୍ସିଂ ସଂସ୍ଥାକୁ ୧ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ପ୍ରକାଶ କରିଛନ୍ତି ।୫ ତାରିଖ ସୁଦ୍ଧା କର୍ମଚାରୀଙ୍କ କାର୍ଯ୍ୟ ପ୍ରମାଣପତ୍ର ପ୍ରଦାନ କରାଯିବ ଓ ୧୦ ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବାକୁ ୩ ମାସ ପୂର୍ବରୁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ସଦର ମହୁକୁମା ଡାକ୍ତରଖାନା  କଲେଜକୁ ହସ୍ତାନ୍ତର ବେଳେ ଉକ୍ତ ସଂସ୍ଥାର ପୁରୁଣା ବକେୟା ପ୍ରାୟ ୫ କୋଟି ଟଙ୍କା  ରହିଥିବା କଲେଜ କାର୍ଯ୍ୟାଳୟର ଏସ.ନନ୍ଦ ପ୍ରକାଶ କରିଛନ୍ତି ।ଉକ୍ତ ସଂସ୍ଥାକୁ ବାରମ୍ବାର କାଗଜପତ୍ର ପ୍ରଦାନ କରିବାକୁ କୁହାଯାଉଥିଲେ ସୁଦ୍ଧା ପ୍ରଦାନ କରୁ ନ ଥିବାରୁ ଅର୍ଥ ପ୍ରଦାନ କରାଯାଇ ନ ଥିବା ସେ ସୂଚନା ଦେଇଛନ୍ତି ।ବକେୟା ଦରମା ପ୍ରଦାନ ଦାବିରେ କର୍ମଚାରୀମାନେ  ଧାରଣା ଦେଲେ ପ୍ରତିଶୃତି ମିଳୁଛି ଏବଂ ପରେ ପରେ ବକେୟା ଦରମା ପ୍ରଦାନ କରାଯାଉଛି ।ପୁଣି କେତେମାସ ବିତିଗଲାପରେ ପୁଣି ବକେୟା ଦରମା ରହିଯାଏ । ତା ପରେ କର୍ମଚାରୀମାନେ ଧାରଣା ଦିଅନ୍ତି ।ଏମିତି କେତେଦିନ ଚାଲିବ ।କାହିଁକି ସ୍ଥାୟୀ ସମସ୍ୟା କରାଯାଉ ନାହିଁ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି ।ଆଉଟସୋର୍ସିଂ ସଂସ୍ଥା ଓ କଲେଜ କର୍ତୂପକ୍ଷଙ୍କ ମଧ୍ୟରେ ସମନ୍ନୟର ଅଭାବ ରହିଛି କି ବୋଲି  ସାଧାରଣରେ ପ୍ରଶ୍ନ ଉଠୁଛି ।ଜିଲ୍ଲା ପ୍ରଶାସନ ତରଫରୁ ଏହାର ସମାଧାନ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.