Home Top News ଋଷ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳି ଚଳାଇଲା ଅଜ୍ଞାତ ବନ୍ଧୁକଧାରୀ – ୮ ମୃତ ୬ ଆହତ

ଋଷ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳି ଚଳାଇଲା ଅଜ୍ଞାତ ବନ୍ଧୁକଧାରୀ – ୮ ମୃତ ୬ ଆହତ

86

ନୂଆ ଦିଲ୍ଲୀ ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ସୋମବାରଦିନ ସକାଳେ ଋଷର ପରମ ସହରର ଏକ ବିଶ୍ୱବିଦ୍ୟାଳୟରେ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିଛି। ଖବରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଋଷର ତଦନ୍ତ କମିଟି ଏହି ସୂଚନା ଦେଇଛି। ପରମ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ବିଷୟରେ ଆସୁଥିବା ବିଭିନ୍ନ ଆକଳନ ବର୍ତ୍ତମାନ ସମୟରେ ସମନ୍ୱୟ ହୋଇପାରି ନାହିଁ।

ପରମ ଷ୍ଟେଟ ୟୁନିଭରସିଟି ପ୍ରେସ ସର୍ଭିସ ଅନୁଯାୟୀ ଅଜ୍ଞାତ ଅପରାଧୀ ଏକ ମାରାତ୍ମକ ବନ୍ଧୁକ ବ୍ୟବହାର କରିଥିଲା। ବିଶ୍ୱବିଦ୍ୟାଳୟର ଛାତ୍ର ଓ କର୍ମଚାରୀମାନେ ନିଜେନିଜକୁ ନିଜ ନିଜ କୋଠରୀରେ ତାଲା ପକାଇ ଦେଇଥିଲେ ଏବଂ ଯେଉଁଛାତ୍ରମାନେ କ୍ୟାମ୍ପସ ଛାଡିବା ସ୍ଥିତିରେ ଥିଲେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ତ୍ୱରିତ ନିଜ ସୁରକ୍ଷା ସ୍ଥିତି ଅନୁଯାୟୀ କ୍ୟାମ୍ପସ୍ ଛାଡ଼ିବାକୁ ଅନୁରୋଧ କରିଥିଲା।

ପରେ ଋଷର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରଣାଳୟ କହିଛି ଯେ, ବନ୍ଧୁକଧାରୀକୁ ଗିରଫ କରାଯାଇଛି। ଏହି ଘଟଣା ପରେ ତଦନ୍ତ କମିଟି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ସରକାରୀ ତାସ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କିଛି ଛାତ୍ର କୋଠାରୀ ଝରକା ଭିତରୁ ଡେଇଁପଡିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.