Home ଓଡ଼ିଶା ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ରୁ ବହୁଛି ଝର ଯାତ୍ରୀ ଓ ଭକ୍ତ ହିନସ୍ତା

ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ରୁ ବହୁଛି ଝର ଯାତ୍ରୀ ଓ ଭକ୍ତ ହିନସ୍ତା

132

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୨୦/୦୯- ରଣପୁର ଅଂଚଳ ର ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ରଣପୁର ଜଗନ୍ନାଥ ମନ୍ଦିର କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବୀ କରି ଆସୁଥିବା ବେଳେ ଏବେ ଭକ୍ତ ମାନେ ମନ୍ଦିର ଭିତର କୁ ଯିବା ପାଇଁ ଭାରି ଅସୁବିଧା ଭୋଗ କରୁଛନ୍ତି । ଜଗନ୍ନାଥ ମନ୍ଦିର ବେଢା ରୁ ଓ ସିଂହ ଦ୍ୱାର ରୁ ପାଣି ଝର ବାହାରିବା ଯୋଗୁଁ କାଦୁଆ ଓ ଝର ଜଳ ରେ ଭକ୍ତ ମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଥିବା ଜଣାପଡିଛି । ସେହି ଝର ଜଳ ଯିବା ପାଇଁ ଡ୍ରେନ ନଥିବାରୁ ବଜାର ସାରା ରଥଖଳା ରେ ଝର ଜଳ ମାଡି ଚାଲିଛି । ସାଧାରଣତଃ ଗାଡି ମଟର ଗଲା ବେଳେ ପାଣି କାଦୁଅ ଛିଟା ମାରିବା ଯୋଗୁଁ ସାଧାରଣ ରାସ୍ତାରେ ଚାଲିକରି ଯାଉଥିବା ଲୋକ ମାନଙ୍କ ଉପରେ ପାଣି କାଦୁଅ ଛିଟା ପଡୁଛି । ରଥ ଖଳା ଏକ ଗାଈ ଗୁହାଳ ର ଭ୍ରମ ସୃଷ୍ଟି କରୁଛି । ବର୍ଷା ବେଳ କଥା କହିଲେ ନସରେ । ବଡଦାଣ୍ଡ ରେ ଡ୍ରେନ୍ ଓ ସାମୁକା ସାହି ରେ ଡ୍ରେନ ଥିଲେ ମଧ୍ୟ ପାଣି ଯିବା ପାଇଁ ଡ୍ରେନ କୁ ସଂଯୋଗ ନାହିଁ ।

ତେଣୁ ମୁଖ୍ୟ ରାସ୍ତା ରେ ଆଣ୍ଠୁଏ ପାଣି ଚାଲିଛି । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଜଗନ୍ନାଥ ମନ୍ଦିର ସାମ୍ନାରେ ଡ୍ରେନ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଆଗାମୀ ୨୬ ତାରିଖ ରେ ଟେଣ୍ଡର କରାଯିବ । ଏ ସର୍ମ୍ପକେ ରଣପୁର ଦେବୋତ୍ତର ଅଧିକାରୀ ତଥା ତହସିଲଦାର ସଂଜୟ କୁମାର ସାମନ୍ତାରାୟ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମନ୍ଦିର ପରିଚାଳକ ଆମ୍ଭ କୁ ରିପୋର୍ଟ କରିନାହାଁନ୍ତି । ସେ ଆମ୍ଭ ଙ୍କୁ ରିପୋର୍ଟ କଲେ ରାଜ୍ୟ ଦେବୋତ୍ତର ବିଭାଗ କୁ ଜଳ ନିଷ୍କାସନ ପାଇଁ ପ୍ରସ୍ତାବ ପଠାଯିବ । ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଜନସାଧାରଣ ଓ ଭକ୍ତ ମାନଙ୍କୁ ଅସୁବିଧାରୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.