Home ଜାତୀୟ ଷ୍ଟେଜରେ କ୍ୟାଟ୍ରିନାଙ୍କ ଜ୍ୟାକେଟ ଖୋଲିଦେଲେ ଶାହାରୁକ୍

ଷ୍ଟେଜରେ କ୍ୟାଟ୍ରିନାଙ୍କ ଜ୍ୟାକେଟ ଖୋଲିଦେଲେ ଶାହାରୁକ୍

2180

ସୁନ୍ଦରତା ଲୁଚି ରହିବା କ’ଣ ଭଲ ଲାଗେ?
ମୁମ୍ବାଇ;୦୩,ନଭେମ୍ବର:ଷ୍ଟେଜ ଉପରେ କ୍ୟାଟ୍ରିନା କୈଫଙ୍କ ଜ୍ୟାକେଟ ଖୋଲିଦେଲେ ଶାହାରୁକ୍ ଖାନ।ଫିଲ୍ମ “ଜିରୋ”ର ଟ୍ରେଲର ଲଞ୍ଚ ହୋଇଯାଇଛି।ଟ୍ରେଲର ଲଞ୍ଚ ପରେ ଫିଲ୍ମର ଷ୍ଟାର କାଷ୍ଟ ମାନେ ମିଡିଆ ସାମ୍ନାରେ ଥିଲେ।ଏହି ସମୟରେ ଫିଲ୍ମର ତିନି ଜଣ ଷ୍ଟାର ଶାହାରୁକ୍ ଖାନ,କାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମାଙ୍କ ସମେତ ଡାଇରେକ୍ଟର ଆନନ୍ଦ ଏଲ ରାୟ ଉପସ୍ଥିତ ଥିଲେ।ଶାହାରୁକ୍ ଖାନ ଏହି ସମୟରେ ଖୁବ୍ ମସ୍ତି କରିଥିଲେ।ଏହାପରେ ସେ ହଠାତ ନିଜ ସିଟରୁ ଉଠି ଏପରି କିଛି କଲେ,ସମସ୍ତେ ଚକିତ ହୋଇଗଲେ।ଷ୍ଟେଜ ଉପରେ ଶାହାରୁକ୍ କ୍ୟାଟ୍ରିନାଙ୍କ ଜ୍ୟାକେଟ ଖୋଲିଦେଲେ।ଏହାପରେ ସେ ନିଜ ସିଟରେ ବସି ସେହି ଜ୍ୟାକେଟଟିକୁ ପିନ୍ଧିଲେ ଏବଂ କହିଲେ “ସୁନ୍ଦରତା ଲୁଚି ରହିବା କ’ଣ ଭଲ ଲାଗେ”?ଏହା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିଥିଲେ।/ଦେବଦତ୍ତ

https://www.instagram.com/p/BpsLR5ggxpI/?utm_source=ig_web_copy_link

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.