Home ଓଡ଼ିଶା ସିଜେଆଇ ଯୌନ ଉତ୍ପୀଡ଼ନ ମାମଲା: ସୁପ୍ରୀମ କୋର୍ଟ ସିବିଆଇ, ଆଇବି, ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ପଠାଇଲେ...

ସିଜେଆଇ ଯୌନ ଉତ୍ପୀଡ଼ନ ମାମଲା: ସୁପ୍ରୀମ କୋର୍ଟ ସିବିଆଇ, ଆଇବି, ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ପଠାଇଲେ ସମନ

772

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ବୁଧବାରଦିନ ସିବିଆଇ ଡାଇରେକ୍ଟର, ଦିଲ୍ଲୀ ପୁଲିସ କମିଶନର ଏବଂ ଇଂଟେଲିଜେନ୍ସ ବ୍ୟୁରୋ ଚିଫକୁ ସମନ ଜାରୀ କରିଛନ୍ତି। କୋର୍ଟ ଏହି ସମନରେ ନ୍ୟାୟିକ ଭ୍ରଷ୍ଟାଚାର ବିଷୟର ଜାଞ୍ଚ କରିବା ପାଇଁ ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ଭାରତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଦୋଷୀ ସାବ୍ୟସ୍ତ କରିବାର କଥିତ ପ୍ରୟାସକୁ ନେଇକରି ପଠାଇଛନ୍ତି।

ଜଷ୍ଟିସ ଅରୁଣ ମିଶ୍ରଙ୍କର ଅଧ୍ୟକ୍ଷତାରେ ତିନିଜଣ ବିଚାରପତିଙ୍କର ବେଞ୍ଚ ତିନୋଟି ସଂସ୍ଥାର ପ୍ରମୁଖଙ୍କୁ ଦ୍ୱିପ୍ରହର ୧୨.୩୦ରେ ଡାକିଛନ୍ତି। ଯେଉଁଥିରେ କୁହାଯାଇଛି କି ତାଙ୍କ ସହିତ ବିଚାର-ବିମର୍ଶ ବିଚାରପତିଙ୍କର ଚାମ୍ବର ଭିତରେ ହେବ। ଏହି ମାମଲାରେ ଆଗକୁ କଥାବାର୍ତ୍ତା ପାଇଁ ଏହି ବେଞ୍ଚ ପୁନଃ ଦ୍ୱିପ୍ରହର ତିନିଟା ସମୟରେ ବସିବ।

କୁହାଯାଇପାରେଯେ, ସୁପ୍ରୀମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ଯାଞ୍ଚ ପାଇଁ କୋର୍ଟ ତିନଜଣ ବିଚାରପତିଙ୍କର ଏକ ଆନ୍ତରିକ ଜାଞ୍ଚ ସମିତି ଗଠନ କରିଛନ୍ତି। ଏହି ସମିତିରେ କୋର୍ଟର ତିନିଜଣ ସିଟିଙ୍ଗ ଜଜ ଏସ ଏ ବୋବଡ଼େ, ଏନ ବି ରମନ ଏବଂ ଇନ୍ଦିରା ବାନର୍ଜୀ ସାମିଲ ଅଛନ୍ତି। ଗୋଗୋଇଙ୍କ ପରେ ବୋବଡେ ହିଁ ସବୁଠାରୁ ସିନିୟର ଜଜ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.