ସୁଆମ ଛକ ହନୁମାନ ପୀଠରେ ପଣାସଂକ୍ରାନ୍ତି

ପାଟଣା,ତା୧୪/୦୪(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ସୁଆମ ଶାସନ ଛକଠାରେ ସ୍ଥାପିତ ହନୁମାନ ପୀଠରେ ଆଜି ପଣାସଂକ୍ରାନ୍ତି ଉସôବ ଧୁମଧାମରେ ଅନୁଷ୍ଠିତ ହୋଇଛି । ଭବ୍ୟ କଳସ ଯାତ୍ରା ବୈତରଣୀରୁ ଆସିବା ପରେ ଭଜନକୀର୍ତ୍ତନ ମଧ୍ୟରେ ପୂଜକ ଜିତେନ୍ଦ୍ର ମିଶ୍ର ଓ ରାଜବଲ୍ଲଭ ମିଶ୍ର, କର୍ତ୍ତା ରତ୍ନାକର ନାଏକ ଓ ମଞ୍ଜୁଲତା ନାଏକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରିଥିଲେ । ସର୍ବଶ୍ରୀ ଗୌରୀରଞ୍ଜନ ମିଶ୍ର, ଗିରିଜାରଞ୍ଜନ ମିଶ୍ର, କେଦାରନାଥ ଦାଶ, ଭାଗିରଥି ଦାଶ, ଅଂଶୁମାନ ମିଶ୍ର ଓ ବୀରମୋହନ ଦ୍ୱିବେଦୀ ପ୍ରମୁଖ ସମୂହ ହନୁମାନ ଚାଳିଶା ପାଠ କରିଥିଲେ । ପୂଜା କମିଟି ପକ୍ଷରୁ ବିବେକାନନ୍ଦ ଦାଶ, ବୀରମୋହନ ଦ୍ୱିବେଦୀ, ବାବୁ ପରିଡା ଓ…

"ସୁଆମ ଛକ ହନୁମାନ ପୀଠରେ ପଣାସଂକ୍ରାନ୍ତି"

ମା ତାରିଣୀଙ୍କ ଚଇତି ପର୍ବ ଉପଲକ୍ଷେ ଜନ ଜାଗରଣ ମଞ୍ଚ ତରଫରୁ ନୁଦୁରପଡା ଛକନିକଟରେ ତାରିଣୀ ମହୋତ୍ସବ

ହରିଚନ୍ଦନପୁର,ତା୧୪.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମ ପଞ୍ଚାୟତର ନୁଦୁରପଡା ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଜନ ଜାଗରଣ ମଞ୍ଚ ତରଫରୁ ତାରିଣୀ ମହୋତ୍ସବ ଅନୁଷ୍ଠିତ କରାଯାଇଛି । ସୂଚନା ମୁତାବକ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମା ତାରିଣୀଙ୍କ ଚଇତି ପର୍ବକୁ ବହୁ ଆଡମ୍ବନାରେ ପାଳିତ କରାଯାଇଛି । ମା ତାରିଣୀ ମନ୍ଦିରରେ ହଜାର ହଜାର ଭକ୍ତ ଙ୍କ ଭିଡ ଜମିବା ସହ ଆଲୋକ ମାଳାରେ ସୁସଜ୍ଜିତ ହୋଇଥିଲା । ମନ୍ଦିର ମଧ୍ୟରେ ଶତାଧିକ ଶ୍ରଧାଳୁ ଭକ୍ତମାନେ ଭଜନ କୀର୍ତ୍ତନର ତାଳେ ତାଳେ ନାଚି ଉଠିଥିଲେ । ମନ୍ଦିର ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିବାର…

"ମା ତାରିଣୀଙ୍କ ଚଇତି ପର୍ବ ଉପଲକ୍ଷେ ଜନ ଜାଗରଣ ମଞ୍ଚ ତରଫରୁ ନୁଦୁରପଡା ଛକନିକଟରେ ତାରିଣୀ ମହୋତ୍ସବ"

ବେଲ ପଣା ପିଅଲେ ଶରୀରକୁ ମିଳିବ ଏଇ ଏଇ ଲାଭ

ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଯାଏ ଓଡ଼ିଆ ଘରର ବିଶେଷ ପଣା ପ୍ରସ୍ତୁତ କରିବା, ପିଇବା ଏବଂ ଅନ୍ୟକୁ ପିଆଇବାର ପରମ୍ପରା। ଗରମ ଦିନରେ ଖରାଦାଉରୁ ନିଜକୁ ବଞ୍ଚାଇବା ପାଇଁ ଅନେକ ପଣା ସେବନ କରାଯାଇଥାଏ। ବେଲ ପଣାର ସେବନ କରିବାରେ ଆମ ଶରୀର ସତେଜ ରହିଥାଏ। କିଛି ଲୋକ ଏପରିକି ଆମ୍ବ ପଣା ସେବନ କରିବାକୁ ପସନ୍ଦ କରିଥାନ୍ତି ଏବଂ ଆଉ କିଛି ଲୋକ ଲେମ୍ବୁ ପାଣି। ଆମେ ଆପଣଙ୍କୁ କହିବୁ, ଆପଣ ଗରମଦିନରେ ସନ୍ ଷ୍ଟ୍ରୋକ୍ ରୁ ରକ୍ଷା ପାଇବା ପାଇଁ ବେଲ ପଣାର ସେବନ ମଧ୍ୟ କରିପାରନ୍ତି। ଆଜି ଆମେ ଆପଣଙ୍କୁ ବେଲ ପଣାର ସେବନ କରିବାଦ୍ୱାରା କ’ଣ କ’ଣ ଫାଇଦା ମିଳଇବ…

"ବେଲ ପଣା ପିଅଲେ ଶରୀରକୁ ମିଳିବ ଏଇ ଏଇ ଲାଭ"

କଞ୍ଚା ଆମ୍ୱର ପଣା ବନାଇବା ପାଇଁ ବିଧି

  ସାଧାରଣତଃ ମେଷ ସଂକ୍ରାନ୍ତି ପରଠାରୁ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ପଣା ସଂକ୍ରାନ୍ତି ଓଡ଼ିଆ ଘରର ଏକ ଅନନ୍ୟ ପରଂପରା। ଏହି ଦିନଠାରୁ ଘରେ ଘରେ ଗରମରୁ ଆସ୍ୱସ୍ତି ପାଇବା ପାଇଁ ଓଡ଼ିଆ ଘରର ବୋହୂମାନେ ଅନେକ ପ୍ରକାରର ପଣା ପ୍ରସ୍ତୁତ କରିଥାନ୍ତି। ସେଥିମଧ୍ୟରୁ କଞ୍ଚା ଆମ୍ବ ପଣା ଗୋଟିଏ। ଆଜି ଆମେ ଆପଣଙ୍କୁ ଆମ୍ବର ପଣା କିପରି ପ୍ରସ୍ତୁତ କରିବା ଏବଂ ଏହାର ଫାଇଦା କ’ଣ ଏହି ବିଷୟରେ ଜାଣିବା। ଖରା ଦିନେ ଆମ୍ବ ପଣା ଅଧିକ ପିଇବା ଆବଶ୍ୟକ। କଞ୍ଚା ଆମ୍ବରେ ପ୍ରସ୍ତୁତ ହେବା କାରଣରୁ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ମିଳିଥାଏ। ଅଧିକ ଗରମ ପବନ ବହୁଥିବା ସମୟରେ…

"କଞ୍ଚା ଆମ୍ୱର ପଣା ବନାଇବା ପାଇଁ ବିଧି"

ଗଞ୍ଜାମର ଅନନ୍ୟ ପରଂପରା ଦଣ୍ଡନାଚ

– ଡା. ଜ୍ୟୋତି ପ୍ରସାଦ ପଟ୍ଟନାୟକ ବସନ୍ତର ବିଦାୟ ଏବଂ ଗ୍ରୀଷ୍ମର ଆଗମନ ସହ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ହୋଇଉଠେ ଉତ୍ସବ ମୁଖର। ଗାଁ ଗାଁରେ ହଳଦିଆ ବସ୍ତ୍ର ପିନ୍ଧିଥିବା ଦଳଦଳ ଲୋକଙ୍କୁ ଧାଡ଼ିବାନ୍ଧି ରାସ୍ତା ଘାଟରେ ବୁଲୁଥିବାର ଦେଖାଯାଏ। ଢୋଲ ଏବଂ ତୂରୀର ଶବ୍ଦରେ ଗଗନ ପବନ ହୁଏ ପ୍ରକମ୍ପିତ। ବିଶ୍ବରେ ବିରଳ ଏକ ଅନନ୍ୟ ପରମ୍ପରା ଯାହା ନିଜ ନାମକୁ ସାର୍ଥକ କରିଥାଏ, ଦଣ୍ଡନାଚ। ନିଜକୁ ଦଣ୍ଡ ଦେଇ ମା ଭଗବତୀଙ୍କ ଆଶୀର୍ବାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଏହି ଦଣ୍ଡନାଚରେ ଭାଗ ନେଇଥାନ୍ତି। ଏହି ବ୍ରତ ଦ୍ବାରା ଅନେକ ସୁଫଳ ମିଳେ ବୋଲି ଗଞ୍ଜାମ, ଫୁଲବାଣୀ ସମେତ ରାଜ୍ୟର ଅନେକ ଜିଲ୍ଲାରେ ବିଶ୍ବାସ…

"ଗଞ୍ଜାମର ଅନନ୍ୟ ପରଂପରା ଦଣ୍ଡନାଚ"

ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ

– ଏମ୍.ଭି. ରାଓ ବିଜ୍ଞାନ କହେ, ପୃଥିବୀ ନିଜ ଅକ୍ଷରେ ଘୂରିବା ସହ ସୂର୍ଯ୍ୟ କକ୍ଷରେ ପରିକ୍ରମଣ କରୁଛି। ସୂର୍ଯ୍ୟ ଚତୁଃପାଶ୍ୱର୍ରେ ଘୂରିବାକୁ ପୃଥିବୀକୁ ଏକ ବର୍ଷ ବା ୩୬୫ଦିନ ଲାଗିଥାଏ। ସେହି ଅନୁସାରେ ବର୍ଷକୁ ବାରମାସ ଏବଂ ବାର ରାଶି ବା ସଂକ୍ରାନ୍ତି। ପ୍ରତ୍ୟେକ ରାଶିର ଦୂରତ୍ୱ ଅତିକ୍ରମ କରିବାକୁ ପୃଥିବୀ ଏକ ମାସ ସମୟ ନେଇଥାଏ। ମାସକ ପରେ ପୃଥିବୀ ଅନ୍ୟ ରାଶିରେ ପ୍ରବେଶ କରେ। ପୃଥିବୀ ଏହି ନୂତନ ରାଶିକୁ ପ୍ରବେଶ କରିବା ଦିନକୁ ସଂକ୍ରାନ୍ତି କୁହାଯାଏ। ବାରଟି ରାଶି ମଧ୍ୟରୁ ମେଷ ରାଶି ହେଉଛି ବର୍ଷର ପ୍ରଥମ ରାଶି ବା ସଂକ୍ରାନ୍ତି। ଯେଉଁଦିନ ପୃଥିବୀ ମୀନ ରାଶି ଅତିକ୍ରମ କରି…

"ଦଣ୍ଡଯାତ୍ରା ଏବଂ ଉତ୍କଳୀୟଙ୍କ ନବବର୍ଷ"

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

– ସଂଗ୍ରାମ କେଶରୀ ସେନାପତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି। ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ। ଚାନ୍ଦ୍ରମାନ ପଦ୍ଧତିରେ ପୂର୍ଣ୍ଣିମାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ଗଣନା ହୁଏ। କିନ୍ତୁ ସୌରମାନ ପଦ୍ଧତି ଏହାଠାରୁ ସଂପୂର୍ଣ୍ଣ ଭିନ୍ନ। ପୃଥିବୀରେ ଥିବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରା ଯାଇ ଏହି ବାର ଭାଗକୁ ବର୍ଷର ବାରମାସ ହିସାବରେ ଗଣନା କରାଯାଇଥାଏ |…

"ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି"

ମହାନ ପଣାସଂକରାନ୍ତି

ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି ଏପ୍ରିଲ ଚଉଦ ଦିନ, ପ୍ରତିବର୍ଷ ପଡ଼େ ପଣାସଂକରାନ୍ତି ଏକଥା ନୁହଁଇ ଆନ ।।୧।। ମେଷ ସଂକରାନ୍ତି ଓଡ଼ିଆ ପୁଅର ସବୁଠୁ ବଡ଼ ପରବ, ଉତ୍କଳୀୟଙ୍କର ନବବର୍ଷ ଅଟେ ଏ ତ ଆମ ଗଉରବ ।।୨।। ହିନ୍ଦୁ ଭକ୍ତଙ୍କର ଉପବାସ ଦିନ ଶିବ ଚତୁଃର୍ଦଶୀ ତିଥି ଶନି ତ୍ରୟୋଦଶୀ ହନୁମାନ ଜୟନ୍ତୀ ମହାବିଷୁବ ସଂକ୍ରାନ୍ତି ।।୩।। ମେଷ ପଣା ହୁଏ ନବାତ, କଦଳୀ ଗଂଜାଇ, ଗୋଲିକି ନେଇ ସାହି ସାହି ବାଣ୍ଟ ପ୍ରୀତିର ଡୋରରେ ପ୍ରତିଟି ଘରକୁ ଯାଇ।।୪।। ଆମ୍ଭ ସମ୍ବିଧାନ ପ୍ରଣେତା ଅଟନ୍ତି ଡକ୍ଟର ଆମ୍ବେଦକର, ପଣା ସଂକରାନ୍ତି ସମସ୍ତେ ପାଳନ୍ତି ମହାନ୍ ଜନ୍ମଦିନର ।।୫।। ଜନ୍ମୋତ୍ସବ ପରା ସାଦରେ…

"ମହାନ ପଣାସଂକରାନ୍ତି"

ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି

– ଦେବବ୍ରତ ଦେବତା ବୈଦିକ ଯୁଗରୁ ଅଦ୍ୟାବଧି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୁନି ଋଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମ୍ମାନ ଓ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଚେତନାଶୀଳ ମଣିଷର ସତେ ଯେମିତି ଏହା ବିଧି ବିଧାନ। ବାହ୍ୟ ଔପଚାରିକାତାର ପରିବର୍ତ୍ତନ ଘଟୁଥିଲେ ମଧ୍ୟ ଆତ୍ମାର ପରିବର୍ତ୍ତନ ଘଟି ନାହିଁ। ପ୍ରାଦେଶିକ ସ୍ତରରେ ବିଭିନ୍ନ ଭାଷା ଭାଷୀ ଲୋକଙ୍କ ଚାଲି ଚଲଣ, ବେଶଭୂଷା, ଧାର୍ମିକ ଭାବନା, ଆହାର ପାନୀୟ, ଆଚାର ବିଚାରରେ ଭିନ୍ନତା ପରିଲକ୍ଷିତ ହୁଏ। ଗ୍ରହ, ନକ୍ଷତ୍ର, ତିଥୀ, ବାରକୁ ଲକ୍ଷକରି ସମାଜରେ ବିଭିନ୍ନ ଜାତି, ଧର୍ମ ଓ ସଂପ୍ରଦାୟରଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଓ ବ୍ରତ, ଓଷା…

"ଓଡିଶାର ଜନଜୀବନରେ ପଣା ସଂକ୍ରାନ୍ତି"