Home ଓଡ଼ିଶା ତେଣେ ମୋଦୀ କହିଲା ବେଳେ ଡବଲ ଇଞ୍ଜିନ;ଏଣେ ଟ୍ରେନରୁ ଅଲଗା ହୋଇଗଲାଣି ବଗି!

ତେଣେ ମୋଦୀ କହିଲା ବେଳେ ଡବଲ ଇଞ୍ଜିନ;ଏଣେ ଟ୍ରେନରୁ ଅଲଗା ହୋଇଗଲାଣି ବଗି!

2127

ବିଜେପିକୁ ଝଟକା ବିଜେଡିରେ ମିଶିଲେ ବିଜେପି ପାର୍ଥି!
ଭୁବନେଶ୍ୱର:ବିଜେପିକୁ ଆଜି ଏକ ବଡ଼ ଝଟକା ଲାଗିଛି।ତେଣେ ମୋଦୀ ଆସି ଭବାନୀପାଟଣା ସଭାରେ ଉଦ୍ବୋଧନ ଦେଇ ଡବଲ ଇଞ୍ଜିନ କଥା କହିଲା ବେଳେ,ଏଣେ ବିଜେପି ଟ୍ରେନରୁ ବଗି ଅଲଗା ହୋଇ ଯାଇଛି।କାକଟପୁର ବିଜେପିର ବିଧାନସଭା ପାର୍ଥି ତୁଷାରକାନ୍ତି ବେହେରା ବିଜେପି ଛାଡ଼ି ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ଡବଲ ଇଞ୍ଜିନରୁ ଆଉ ଗୋଟେ ବଗି ଅଲଗା ହୋଇ ଯାଇଥିଲା।ବିଜେପିରୁ ଆନନ୍ଦପୁର ପାଇଁ ଟିକେଟ ପାଇଥିବା ଆଉ ଜଣେ ପାର୍ଥି ଭାଗୀରଥି ସେଠୀ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।ଯାହା ବିଜେପି ପାଇଁ ଖୁବ୍ ଲଜ୍ଜା ଜନକ।ବିଜେଡି ରିଜେକ୍ଟ କରି ଟିକେଟ କାଟି ଦେଉଥିବା ପାର୍ଥିଙ୍କୁ ଗୋଟାଇ ବିଜେପି ଟିକେଟ ଦେଉଥିବା ବେଳେ,ବିଜେଡି କିନ୍ତୁ ବିଜେପିର ଟିକେଟ ମିଳିଥିବା ପାର୍ଥିଙ୍କୁ ନିଜ ଦଳକୁ ନେଇ ଯାଉଛି।ବିଜେପି ପାର୍ଥିଙ୍କର ଯଦି ନିଜ ଦଳ ଉପରେ ଭରଷା,ବିଶ୍ୱାସ ନାହିଁ ତେବେ ଜନତା କ’ଣ ଭରଷା କରିବେ?ଗତ କାଲି ବିଜେପି ମଙ୍ଗ ଧରିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଳ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।ଯାହା ମଙ୍ଗୁଆଳଙ୍କୁ ଏକ ବଡ଼ ଝଟକା।ଏଥିରେ କ’ଣ ଡବଲ ଇଞ୍ଜିନ ବା ମିଶନ ୧୨୦ ସମ୍ଭବ?//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.