Home ଅପରାଧ ବଲାଙ୍ଗୀରରେ ରାଜନୈତିକ ହିଂସା, ଗୋଷ୍ଟି ସଂଘର୍ଷ : ଯୁବକଙ୍କ ହାତ ଟାଙ୍ଗିଆ ଚୋଟରେ ଛିଣ୍ଡି ଅଲଗା

ବଲାଙ୍ଗୀରରେ ରାଜନୈତିକ ହିଂସା, ଗୋଷ୍ଟି ସଂଘର୍ଷ : ଯୁବକଙ୍କ ହାତ ଟାଙ୍ଗିଆ ଚୋଟରେ ଛିଣ୍ଡି ଅଲଗା

799

– ଦଳୀୟ ସମର୍ଥନ ନେଇ ଗୋଷ୍ଟି ସଂଘର୍ଷ
ବଲାଙ୍ଗୀର ୨-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ସହର ଅନ୍ତର୍ଗତ ରାଜୀବ ନଗରରେ କିଏ ଜିତିବ କିଏ ହାରିବ ନେଇ ଦୁଇ ଗୋଷ୍ଟି ଭିତରେ ସଂଘର୍ଷ ଘଟି ଜଣେ ଯୁବକଙ୍କ ହାତ କାଟି ଅଲଗା କରି ଦେବା ନେଇ ଚର୍ଚ୍ଚା ହେଉଛି। ପ୍ରକାଶ ଯେ ଆଲୋକ ରଞ୍ଜନ ଦାଶ, ଅମିତ ପଟ୍ଟନାୟକ, ଓ କିଛି ସାଙ୍ଗ ମିଶି ନିକଟରେ ଥିବା ନାଳକୁ ଗାଧୋଇବାକୁ ଯାଇଥିଲେ। ଉକ୍ତ ସମୟରେ ସେହି ସାଇର ପ୍ରାୟ ୭ ଜଣ ଯୁବକ ଯୋଜନା ବଦ୍ଧ ଭାବେ ପହଞ୍ଚି ଥିଲେ ଓ ଆଲୋକ ଶହ ରାଜୀବର ପାଟିତୁଣ୍ଡ ଆରମ୍ଭ ସହ କିଏ କେଉଁ ଦଳ ତରଫରୁ ପ୍ରଚାର କରିବ ସେ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା, ଉକ୍ତ ସମୟରେ ପୂର୍ବରୁ ସାଙ୍ଗରେ ନେଇ ଯାଇଥିବା ଏକ ଟାଙ୍ଗିଆରେ ଆକ୍ରମଣ କରି ଆଲୋକର ବାମ ହାତ ପାପୁଲିକୁ ଛୋଟ ମାରି କାଟି ଦେଇଥିବା ବେଳେ ତାଙ୍କ ସହ ଥିବା ଅମିତ ଙ୍କ କହୁଣୀ ରେ ଟାଙ୍ଗିଆ ଚୋଟ ବାଜିଛି। ଏହି ଦୁଇ ଗୁରୁତର ଆହତ ଅବସ୍ଥାରେ ତଳେ ପଡିଯିବା ପରେ ଆକ୍ରମଣ କାରୀ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଉଭୟଙ୍କୁ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜ କୁ ନିଆଯାଇଥିବା ବେଳେ ସେଠୁ ଆଲୋକଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ପୋଲିସ କୁ ଡାକ୍ତର ଖାନା କର୍ତ୍ତୃପକ୍ଷ ସୂଚନା ଦେଇ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରି ଆଲୋକ ଙ୍କ ବୟାନ ଅନୁଯାୟୀ ଅଭିଯୁକ୍ତ ଙ୍କ ଘରକୁ ଯାଇ ଥିବା ଓ ସେମାନେ ଫେରାର ଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.