Home ଓଡ଼ିଶା ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ

ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ

1349

ଭୁବନେଶ୍ୱର:ଆରମ୍ଭରୁ ଅପରାଜିତା ଷଡ଼ଙ୍ଗୀ ପୂରା ଆକ୍ସନ ମୁଡରେ। ଶନିବାର ଦିନ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଅପରାଜିତାଙ୍କ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ମୁଁ ପ୍ରତିଶୃତି ଦେଉଛି ପ୍ରଶାସନିକ ସେବା କ୍ଷେତ୍ରରେ ଥିଲା ବେଳେ ଯେଉଁ ଭଳି କାମ କରୁଥିଲେ ଏବେ ରାଜନୀତି କ୍ଷେତ୍ରରେ ତା’ ଠାରୁ ଅଧିକ କାମ କରିବେ। ଅପରାଜିତା ଏପରି କହିବା ପରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଶନିବାର ଦିନ ସମ୍ବର୍ଦ୍ଧନା ସଭା ପରେ ପରେ ଅପରାଜିତା କିଛି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଛନ୍ତି। କଥା ନୁହେଁ, କାମ ଉପରେ ଗୁରୁତ୍ୱ ଦେଉଛନ୍ତି ଅପରାଜିତା। ରବିବାର ଠାରୁ ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ସହ ଅପରାଜିତା ବୈଠକ କରିବାର ଯୋଜନା କରି ଆରମ୍ଭ ମଧ୍ୟ କରି ଦେଇଛନ୍ତି। ବୈଠକରେ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କ ସହ ବିଚାର ବିମର୍ଷ କରିବା ସହ ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକ କିପରି ବ୍ୟବସ୍ଥିତ ଢଙ୍ଗରେ ହୋଇ ପାରିବ ତାର ତର୍ଜମା କରୁଛନ୍ତି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ପରେ ଅପରାଜିତା ସିଧା ସଳଖ ବୁଥ ସ୍ତର ତଥା ତୃଣମୂଳ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ପହଁଚିବା ସହ ବିଭିନ୍ନ ଅଞ୍ଚଳର ସମସ୍ୟା ବାବଦରେ ଅବଗତ ହେବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି। ଅପରାଜିତାଙ୍କର ଏପରି ଆକ୍ସନ ମୁଡ ଦେଖି କାର୍ଯ୍ୟକର୍ତ୍ତା ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.