Home ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ

159

ବଲାଙ୍ଗୀର ୩-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏବଂ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦେଇଛି। ସୋମବାରଦିନ ସକାଳୁ ରେଳ ରୋକ କରାଯାଇଥିବାର ଦେଖାଯାଇଥିଲା। ଏହି ବନ୍ଦ ଜାକରାକୁ ବିଭିନ୍ନ ଦଳ ଏବଂ ସଂଗଠନ ସମର୍ଥନ ଜଣାଇଛନ୍ତି। ଏହାର ପ୍ରଭାବ ମଧ୍ୟ ଜିଲ୍ଲାରେ ଦେଖିବାକୁ ମିଳିଛି। ସକାଳେ ବିଭିନ୍ନ ଦୋକାନ ବଜାର ଖୋଲା ଯାଇନଥିବାର ଦେଖାଯାଇଛି। ଏହା ସହିତ ସ୍କୁଲ କଲେଜ ବନ୍ଦ ଥିବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ସମ୍ବଲପୁରରେ ଦୁଇଦିନିଆ ମହାବନ୍ଦ ଡାକରା ଦିଆଯାଇଥିଲା ଏବଂ ତାହା ସଫଳ ହୋଇଥିଲା। ସେପରି ବଲାଙ୍ଗୀର ତଥା ଟିଟିଲାଗଡ ର ମୂଖ୍ୟ ରେଳ ଜନକ୍ସନ ଦେଇ ସମସ୍ତ ରେଳ ଚଳା ଚଳ ବନ୍ଦ ହୋଇ ଯାଇଛି। ତେବେ ଟିଟିଲାଗଡ ଓକିଲ ସଂଘର ସଭାପତି ସମେତ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ରେଳ ଷ୍ଟେସନରେ ରେଳ ଧାରଣା ରେ ବସି ରହିଛନ୍ତି। ପ୍ରକାଶ ଯେ ପୂର୍ବରୁ ବଲାଙ୍ଗୀର ରେ ପାଟଣା ରାଜ୍ୟ ଭାବେ ବଲାଙ୍ଗୀର ରେ ଏହି କୋର୍ଟ ରହିଥିଲା ଓ ତାକୁ ପୁନଃ ଫେରାଇବା ପାଇଁ ଏହି ଆନ୍ଦୋଳନ ବୋଲି ଜଣାଇଛନ୍ତି । ଜିଲ୍ଲାର ଟିଟିଲାଗଡ, ପଟଣାଗଢ଼, କଣ୍ଟାବାଞ୍ଜି ସହ ସମସ୍ତ ଅଞ୍ଚଳରେ ବନ୍ଦ ପାଳନ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.