ଓଡ଼ିଶା

୮ ଅଗଷ୍ଟ ବୁଧବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି। ଭାଇ- ବନ୍ଧୁମାନଙ୍କ ସହିତ ମିଳାମିଶା ରହିବ। ସେଥିରେ ଲାଭ ହେବ। ମହିଳାମାନଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ବୃଷ : କିଛି ନିଷ୍ପତି ନେବାରେ ଆଜି ମନର ସ୍ଥିତିରେ ଦ୍ୱନ୍ଦ୍ୱ ରହିବ। ଆଜି ନୂଆ କାର୍ଯ୍ୟର ଆରମ୍ଭ କରିବା ଉଚିତ ନୁହେଁ। କଥାବାର୍ତ୍ତାରେ ଆପଣଙ୍କ ବ୍ୟବହାରରେ ସଂଘର୍ଷ ହୋଇପାରେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ।

ମିଥୁନ : ଆଜିର ଦିନ ସତେଜତା ଏବଂ ଫୂର୍ତ୍ତିରେ ପରିପୂର୍ଣ୍ଣ ରହିବ। ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ମିତ୍ର ତଥା ସ୍ଵଜନମାନଙ୍କ ସହିତ ଆପଣଙ୍କ ଦିନ ଖୂବ ଆନନ୍ଦରେ କଟିବ। ଦାମ୍ପତ୍ୟ ଜୀବନରେ ସୁଖ-ସନ୍ତୋଷର ଅନୁଭବ କରିବେ। ଆର୍ଥିକ ଲାଭ ଏବଂ ଆୟୋଜନ ପାଇଁ ଅନୁକୂଳ ଦିନ ଅଟେ। ଖର୍ଚ୍ଚ ଅଧିକ ହେବ।

କର୍କଟ : ପରିବାରରେ ମନମାଳିନ୍ୟ ହୋଇପାରେ। ମାନସିକ ରୂପରେ ଚିନ୍ତିତ ରହିବେ। ମନରେ ଦ୍ୱନ୍ଦ୍ୱ ହୋଇପାରେ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ବର୍ତ୍ତମାନ ନିଅନ୍ତୁ ନାହିଁ। କାହା ସହିତ ଭୁଲ ବୁଝାବଣା କିମ୍ବା ବାଦ-ବିବାଦ ହୋଇପାରେ। କୋର୍ଟ କଚେରୀ ମାମଲାରେ ସମ୍ଭାଳିକରି କାମ କରନ୍ତୁ।

ସିଂହ : ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମନର ଦ୍ୱନ୍ଦ୍ୱତାପୂର୍ଣ୍ଣ ସ୍ଥିତି ଯୋଗୁଁ ହାତକୁ ଆସିଥିବା ସୂଯୋଗ ହରାଇ ପାରନ୍ତି ଧ୍ୟାନ ରଖିବାକୁ ପଡ଼ିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ ଏବଂ ଲାଭ ହେବ। ବୃଦ୍ଧଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରାର ଆୟୋଜନ ହେବ।

କନ୍ୟା : ଜଗନ୍ନାଥଙ୍କର କୃପାରେ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ମନରେ ସ୍ଥିର ହୋଇଥିବା ଯୋଜନା ସଫଳ ହେବ। ପିତାଙ୍କ ସହିତ ଆତ୍ମୀୟତା ବଢ଼ିବ। ତାଙ୍କଠାରୁ ଲାଭ ହେବ। ବ୍ୟାପାରୀ ଏବଂ ଚାକିରିବାଲାଙ୍କୁ ନିଜ କ୍ଷେତ୍ରରେ ଆଗକୁ ବଢ଼ିବାର ଯୋଗ ଅଟେ। ଧନ, ମାନ- ସମ୍ମାନରେ ବୃଦ୍ଧି ହେବ। ସରକାରଙ୍କର ତରଫରୁ ଲାଭ ହେବ। ଅସୂଲୀ କିମ୍ବା ବ୍ୟାପାର କାମରେ ଯାତ୍ରା କରିପାରନ୍ତି।

ତୁଳା : ବୌଦ୍ଧିକ କିମ୍ବା ସାହିତ୍ୟ ପ୍ରେମୀମାନଙ୍କ ସହିତ ସାକ୍ଷାତ କରିପାରନ୍ତି। ନୂଆ କାର୍ଯ୍ୟର ଆରମ୍ଭ କରି ପାରିବେ। ବିଦେଶଗମନର ସୂଯୋଗ ବନି ପାରେ। ସ୍ଵାସ୍ଥ୍ୟ ଅଳ୍ପ ନରମ-ଗରମ ରହିବ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତା ଉତ୍ପନ୍ନ ହେବ।

ବିଚ୍ଛା : ବାଣୀ ଏବଂ ବ୍ୟବହାର ଉପରେ ଆଜି ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଦୈନିକ କାର୍ଯ୍ୟଗୁଡ଼ିକରେ ଅତିରିକ୍ତ ନୂଆ କାର୍ଯ୍ୟ ହାତକୁ ନେବା ଉଚିତ ନୁହେଁ। ରୋଗାକ୍ରନ୍ତ ହୋଇପାରନ୍ତି। ସେଥିପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଅଚାନକ ଧନ ଲାଭ ହେବ।

ଧନୁ : ପାର୍ଟି, ପିକନିକ, ଯାତ୍ରା, ସୁନ୍ଦର ଭୋଜନ ଏବଂ ବସ୍ତ୍ର ପରିଧାନ ଆଜିର ଦିନର ବିଶେଷତା ରହିବ। ମନୋରଞ୍ଜନର ଦୁନିଆରେ ବିହାର କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖ ପ୍ରାପ୍ତି ହେବ।

ମକର : ବ୍ୟାପାର-ଧନ୍ଦାର ବିକାସ ଏବଂ ଆର୍ଥିକ ଆୟୋଜନ ପାଇଁ ଆଜି ଅନୁକୂଳ ଦିନ ଅଟେ। ଅସୂଲୀ କିମ୍ବା ଟଙ୍କା ଦେବା-ନେବାରେ ସଫଳତା ମିଳିବ। ଆମଦାନୀ-ରପ୍ତାନୀରେ ବ୍ୟାପାରିମାନଙ୍କୁ ଲାଭ ହେବ। ଆର୍ଥିକ ଲାଭ ହେବ। ଆଇନ କାନୁନରୁ ଦୂରେଇ ରହିବା ସହିତ ସଚେତ ରୁହନ୍ତୁ। ବିରୋଧିମାନଙ୍କର ଚାଲ ନିଷ୍ଫଳ ରହିବ।

କୁମ୍ଭ : ମାନସିକ ଅଶାନ୍ତି ଏବଂ ଅସୁବିଧା ଭରା ଦିନ ଅଟେ। ଜୋରରେ ପରିବର୍ତ୍ତନ ହେଉଥିବା ବିଚାର କାରଣରୁ ଅନିର୍ଣ୍ଣୟର ସ୍ଥିତି ରହିବ। ସେଥିପାଇଁ ଠୋସ ନିର୍ଣ୍ଣୟ ନେଇ ପାରିବେ ନାହିଁ। ସନ୍ତାନମାନଙ୍କର ପ୍ରଶ୍ନ ଅସୁବିଧାରେ ପକାଇବ। ପେଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି। କାର୍ଯ୍ୟ ନିଷ୍ଫଳତା ହତାଶା ସୃଷ୍ଟି କରିବ ଏବଂ ଆକସ୍ମିକ ଧନ ଖର୍ଚ୍ଚ ହେବ।

ମୀନ : ଆପଣଙ୍କୁ ଆଜିର ଦିନ ସାବଧାନ ରହିବାକୁ ଉପଦେଶ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା କାରଣ ବନିବ। ସ୍ଵାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଛି। ମାନସିକ ଚିନ୍ତା ଏବଂ ଧନ ହାନି ହୋଇପାରେ। ଚାକିରିରେ ସମସ୍ୟା ଆସିପାରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top