Home ଜିଲ୍ଲା ପରିକ୍ରମା ନିରାଡମ୍ବରରେ ପାଳିତ ହେବ ମହରମ ପର୍ବ

ନିରାଡମ୍ବରରେ ପାଳିତ ହେବ ମହରମ ପର୍ବ

57

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନ ପର୍ବ ମହରମ ଚଳିତ ବର୍ଷ ସମ୍ପୂର୍ଣ୍ଣ ନିରାଡମ୍ବର ତଥା କୋଭିଡ଼ କଟକଣା ମାଧ୍ୟମରେ ପାଳନ କରାଯିବ । ଏ ସଂକ୍ରାନ୍ତରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମହରମ ପର୍ବକୁ ଶାନ୍ତି ଓ ମୈତ୍ରୀ ମଧ୍ୟରେ ପାଳନ କରାଯିବାକୁ ସହମତି ପ୍ରକାଶ ପାଇଥିଲା । ରାଜ୍ୟ ତଥା ଜିଲ୍ଳାରେ କୋଭିଡ଼ ସଂକ୍ରମଣ ହାର କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳି ନାହିଁ । ଏପରି ସ୍ଥଳେ କୋଭିଡ଼ କଟକଣାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ସେଥି ନିମନ୍ତେ ପବିତ୍ର ପର୍ବ ମହରମକୁ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳନ କରିବା, ପର୍ବକୁ ଘରେ ଘରେ ପାଳନ କରିବା, କୌଣସି ଶୋଭାଯାତ୍ରା କିମ୍ବା ମେଢ ବାହାର ନ କରିବାକୁ ଜିଲ୍ଲାପାଳ ଡ. ଦାସ ପରାମର୍ଶ ଦେଇଥିଲେ । ବୈଠକରେ ଯୋଗ ଦେଇ ଏସପି ଚରଣସିଂ ମୀନା ମହରମ ପର୍ବ ପାଇଁ ପୁଲିସ ପକ୍ଷରୁ ପୂର୍ବବର୍ଷ ଯେପରି ଭାବେ ବନ୍ଦୋବସ୍ତ ହୋଇଥିଲା ଚଳିତ ବର୍ଷ ବର୍ଷ ମଧ୍ୟ ସେହିଭଳି ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । ଚଉଦମହଲା ମୁସ୍‌ଲିମ୍ ଜମାତ୍ ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ ସରାକରଙ୍କ ସମସ୍ତ ନିୟମ ପାଳନକୁ ପ୍ରାଥମିକତା ଦିଆଯାଇ ପର୍ବ ପାଳନ କରାଯିବା ଉପରେ ଗୁରତ୍ୱ ଆରୋପ କରିଥିଲେ । ପ୍ରଥମେ ସ୍ୱାସ୍ଥ୍ୟ ପରେ ପର୍ବ ବୋଲି ହିନ୍ଦୁ ସୁରକ୍ଷା ସମିତିର ବିଦ୍ୟାଧର ସାହୁ ମତ ଦେଇଥିଲେ । ଘରେ ଘରେ ପର୍ବ ପାଳନ କରି ମିଠା ବାଣ୍ଟିବା ମାତ୍ର ଏକାଠି ନହେବା ନେ ସର୍ବ ସମ୍ମିତ ପ୍ରତ ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଡିଆଇବି ଡିଏସ୍‌ପି କମଳ ଲୋଚନ ଭୁୟାଁ, ଡେପୁଟି କଲେକ୍ଟର ଜୁଡିସିଆଲ କସ୍ତୁରୀବାଳା ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଭାରପ୍ରାପ୍ତ ଅଧିକାରୀ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.