Home ଜିଲ୍ଲା ପରିକ୍ରମା ସେବାଆଶ୍ରମରେ କଳଙ୍କ,ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇଶିକ୍ଷକ ନିଲମ୍ବିତ,ଜଣେ ଗିରଫ

ସେବାଆଶ୍ରମରେ କଳଙ୍କ,ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇଶିକ୍ଷକ ନିଲମ୍ବିତ,ଜଣେ ଗିରଫ

1369

ମାଲକାନଗିରି,୨୨ା୧(ଓଡିଆ ପୁଅ )  ଆଦିବାସୀ ମଙ୍ଗଳବିଭାଗ ସେବାଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ଦୁଇଜଣ ଛାତ୍ରୀଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଉକ୍ତବିଦ୍ୟାଳୟର ସହକାରି ଶିକ୍ଷକ ଅଜୟକୁମାର ଦାସଙ୍କୁ ପୁଲିସ ଗିରଫକରିଛନ୍ତି । ଗତ ଦୁଇଦିନ ତଳେ ଜିଲ୍ଲାକ୍ରୀଡା ଅଧିକାରୀ ଜଣେ କ୍ରୀଡାଛାତ୍ରୀ ଙ୍କ ପ୍ରତି ଅସଦାଚାରଣ କରିବା ଅଭିଯୋଗରେ ଗିରଫ ହେବା ଘଟଣାର ୨୪ଘଟାଂ ନ ଯାଉଣୁ ପୁଣି ଛାତ୍ରୀମାନଙ୍କ ପ୍ରତି ଅସଦାଚରଣ ଘଟଣା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି । ମାଲକାନଗିରି ଜିଲ୍ଲାରେ ଥିବା ମଙ୍ଗଳବିଭାଗ ଆଶ୍ରମ ବିଦ୍ୟାଳୟ ଗୁଡିକରେ ବାରମ୍ବାର ଅମଙ୍ଗଳ କାର୍ଯ୍ୟ ହେଉଥିଲେ ମଧ୍ୟ ଶିକ୍ଷକ ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଚେତାପଶୁନାହିଁ । ପୁଣି ମଙ୍ଗଳବିଭାଗର ସେବାଆଶ୍ରମରେ କଳଙ୍କ ଲାଗିଛି । ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭି ଯୋଗରେ ପ୍ରଧାନଶିକ୍ଷକ ଓ ସହକାରି ଶିକ୍ଷକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ସହକାରି ଶିକ୍ଷକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ପୁଲିସ ସୁଚନା ଅନୁଯାଇ ମାଲକାନଗିରି ବ୍ଲକସ୍ଥ ଗଙ୍ଗଲା ସେବା ଆଶ୍ରମବିଦ୍ୟାଳୟର ସହକାରୀ ଶିକ୍ଷକ ଅଜୟକୁମାର ଦାସ ବିଦ୍ୟାଳୟର ଛାତ୍ରୀନିବାସ ଛାତଉପରକୁ ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ଡାକିନେଇ ସେମାନଙ୍କ ସହିତ ଅସଦାଚାରଣ କରିବା ପାଇଁ ଉଦ୍ୟମ କରିଥିଲେ । ପରେ ପ୍ରଧାନଶିକ୍ଷକ ପ୍ରଭାତ କୁମାର ଲାକରା ମଦ୍ୟପାନକରି ସେହି ଛାତ୍ରୀଙ୍କୁ ଅଭଦ୍ରଭାଷାରେ ଗାଳିଗୁଲଜ କରିଥିବାର ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗଗ ହୋଇଥିଲା । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣା ଗଣ୍ଡ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପ୍ରୋଟେକ୍ସନ ଅଫିସର ସୁଦେଶ୍ନା ରାଉତ ଉକ୍ତବିଦ୍ୟାଳୟ କୁ ଯାଇ ତଦନ୍ତକରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ପାଇବା ପରେ ପ୍ରଧାନଶିକ୍ଷକ ଓ ସହକାରି ଶିକ୍ଷକ ଙ୍କୁ ବିଭାଗୀୟ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଜିଲ୍ଲାଶିଶୁ ସୁରକ୍ଷା ବିଭାଗର ରିପୋର୍ଟ ଅନୁସାରେ ମାଲକାନଗିରି ଥାନା ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।ଡିଏସପି ଚିନ୍ମୟକୁମାର ନାୟକ ଏହି ଘଟଣାର ତଦନ୍ତ କରି ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଥାନା କୁ ଆଣି ପଚରା ଉଚରା ଆରମ୍ଭ କରିବା ପରେ ଘଟଣା ପଦାକୁ ଆସିଥିଲା । ଉକ୍ତବିଦ୍ୟାଳୟର ସହକାରି ଶିକ୍ଷକ ଅଜୟକୁମାର ଦାସ ସେହିବିଦ୍ୟାଳୟର ଦୁଇଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାତଉପରକୁ ଡାକିନେଇ ସେମାନଙ୍କ ସହିତ ଅସଦାଚରଣ ଉଦ୍ୟମକରିଥିବା ବେଳେ ପ୍ରଧାନଶିକ୍ଷକ ପ୍ରଭାତକୁମାର ଲାକରା ସବୁବେଳେ ମଦ୍ୟପାନକରି ଛାତ୍ରୀମାନଙ୍କୁ ଅଭଦ୍ରଭାଷାରେ ଗାଳିଗୁଲଜ କରିଥିବାର  ଛାତ୍ରୀମାନେ ଅଭିଯୋଗ କରିଥିଲେ । ଆଜି ଅଭିଯୁକ୍ତ ଦୁଇ ଶିକ୍ଷକଙ୍କୁ ଥାନାକୁ ଅଣାଯାଇ ସେମାନଙ୍କ ବୟାନ ନିଆ ଯାଇଥିଲା । ପ୍ରଧାନଶିକ୍ଷକ ଙ୍କୁ ଦଫା ୪୧ ଏ ଧାରା ଅନୁସାରେ ନୋଟିସ ଜାରିକରି ଛାଡି ଦିଆଯାଇଥିବା ବେଳେ  ସହକାରି ଶିକ୍ଷକ ଶ୍ରୀ ଦାସଙ୍କୁ ଭାରତୀୟ ପାଙ୍ଗଲ କୋର୍ଡ ୩୫୪,୨୯୪,୩୪ ଆଇପିସି,୧୦ପକ୍ସୋ,ଅନ୍ୟାନ ଶିଶୁ ନିର୍ଯ୍ୟାତନା ସହ ଏସି ଓ ଏସଟି ଦଫା ଅନୁସାରେ ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ଗତ କିଛି ମାସତଳେ ଶିକ୍ଷପାଲି ମଙ୍ଗଳବିଭାଗର କନ୍ୟାଶ୍ରମର ଜଣେ ଛାତ୍ରୀ ପ୍ରଧାନଶିକ୍ଷକଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା ଓ ପରେ ପ୍ରଧାନଶିକ୍ଷକ ଗିରଫ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟିକରିଥିଲା । ସେହି ଘଟଣା ଲୋମାନଙ୍କ ମନରୁ ନ ଯାଉଣୁ ପୁଣି ଆଶ୍ରମବିଦ୍ୟାଳୟ ରେ କଳଙ୍କ ଲାଗିଛି । ଜିଲ୍ଲାରେ ଥିବା ମଙ୍ଗଳବିଭାଗ ସେବାଆଶ୍ରମ ବିଦ୍ୟାଳୟ ଓ ଶିକ୍ଷା ବିଭାଗର ହଷ୍ଟେଲ ସ୍କୁଲ ଗୁଡିକରେ କିଏ ସୁପରି ଟେଣ୍ଡେଟଂ ହୋଇ ହଷ୍ଟେଲ ଦାଇତ୍ୱ ନେବ  ସେନେଇ ପ୍ରତି ଯୋଗୀତା ଲାଗିଥାଏ ହଷ୍ଟେଲ ଗୁଡିକ ଦାଇତ୍ୱ ପାଇଁ ଏକ ରକମର ନିଲାମ ହୋଇଥାଏ । ଜିଲ୍ଲାରେ ବାରମ୍ବାର ହଷ୍ଟେଲ ଗୁଡିକରେ ଛାତ୍ରୀ ନିର୍ଯ୍ୟାତନା ଓ ଖଦ୍ୟପେୟରେ ଅବ୍ୟବସ୍ଥା ଅଭିଯୋଗ ହେଉଥିଲଲେ ମଧ୍ୟ ଏଥିପ୍ରତି କାହାରି ନିଘା ନଥିବାରୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.