Home ଜିଲ୍ଲା ପରିକ୍ରମା ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ଭାଷା ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପିତ ଉତ୍ସବ

ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ଭାଷା ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପିତ ଉତ୍ସବ

12

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍ତର ବାହିନୀ ସ୍ଥିତ ସାଳନ୍ଦୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ଉତ୍ସବ ପାଳନ ହୋଇଯାଇଛି । ଅଦ୍ୟ ଦିବା ୧୦.୩୦ମି ମହାବିଦ୍ୟାଳୟର ସଭାଗୃହରେ ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ନାୟକ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଘଣ୍ଟେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ରାଧାପଦ ଘୋଷ ଓ ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ବିଶାରଦ ଡ. ବାଇଧର ସାହୁ ଓ ସମ୍ମାନିତ ଅତିଥି ରୂପେ ଭଦ୍ରକ ଜଗନ୍ନାଥ ସଂସ୍କୃତି ଆବାହକ ଶରତ କୁମାର ସାହୁ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କୁମାର ମହାନ୍ତି ଯୋଗ ଦେଇଥିଲେ । ମହାବିଦ୍ୟାଳୟର ସଂସ୍କୃତି ସଂଯୋଜକ ଅଧ୍ୟାପକ ଶତ୍ରୁଘ୍ନ ପତି ଅତିଥି ପରିଚୟ କରାଇଥିଲେ । ସମ୍ମାନିତ ଅତିଥି ଓ ବକ୍ତାମାନେ ଭାଷା ସାହିତ୍ୟର ଉନ୍ନତି ପାଇଁ ଜଗନ୍ନାଥ ସଂସ୍କୃତି ଅପରିହାର୍ଯ୍ୟ ବୋଲି ମତ ପୋଷଣ କରିଥିଲେ । ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ପୁସ୍ତକ ପଠନ ଓ ଲିଖନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବା ପାଇଁ ମତପୋଷଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ତଥା ଶିକ୍ଷା କର୍ମଚାରୀ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ଜ୍ୟୋତିଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.