Home ଜିଲ୍ଲା ପରିକ୍ରମା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ‘ବଳିଦାନ ଦିବସ’ ପାଳିତ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ‘ବଳିଦାନ ଦିବସ’ ପାଳିତ

6

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଶାଖା ମଙ୍ଗଳବାର ସନ୍‌୍ମାରେ ମହାତ୍ମାଗାନ୍ଧୀଙ୍କ ୭୬ତମ ମହାପ୍ରୟାଣ ଦିବସକୁ ‘ବଳିଦାନ ଦିବସ’ ରୂପେ ପାଳନ କରିଛି । ଏହି ଉପଲକ୍ଷେ ପୁରୁଣା ବଜାର ସ୍ଥିତ ମଲ୍ଲିକ୍ ମୈଦାନ୍ ଠାରେ ଏକ ସଭା ପ୍ରତିଷ୍ଠାନର ସଭାପତି ଅଖିଳ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବାହକ ଡାକ୍ତର ବିଶ୍ୱଜିତ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗାନ୍ଧୀଙ୍କ ବିଚାର ଧାରା ଏବେ ବିପଦଗ୍ରସ୍ତ ବୋଲି ମତ ଦେବା ସହ, ଏହାର ସୁରକ୍ଷା ପାଇଁ ଗାନ୍ଧୀବାଦୀ ମାନେ ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ବିଶିଷ୍ଟ ସାମ୍ୟବାଦୀ ପ୍ରବକ୍ତା ସନ୍ତୋଷ ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଚଳନ୍ତି ସମୟରେ ଭାରତର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ଥିତିର ସମୀକ୍ଷା କରିବା ସହ ଗାନ୍ଧୀ ଦର୍ଶନର ସୁରକ୍ଷା ପାଇଁ ସମସ୍ତ ଗାନ୍ଧୀବାଦୀ, ଆମ୍ବେଦକର ବାଦୀ ଓ ସାମ୍ୟବାଦୀ ମାନେ ମିଳିତ ହୋଇ ପ୍ରୟାସ କରନ୍ତୁ ବୋଲି ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, ବର୍ଷୀୟାନ୍ ଗାନ୍ଧୀବାଦୀ ଶେଖ୍ ମହମ୍ମଦ ଫାରୁକ୍‌, ଭଦ୍ରକ ବାର୍ ଆସୋସିଏସନ୍ ସମ୍ପାଦକ ଦିବ୍ୟସିଂହ ନାୟକ, ପ୍ରାଧ୍ୟାପକ ନାସିର୍ ବକ୍ସ୍ ଓ ତରନୁମ୍ କାଦ୍ରୀ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ବିଭିନ୍ନ ପୃଷ୍ଠଭୂମିରେ ଗାନ୍ଧୀଙ୍କ ଆଭିମୁଖ୍ୟ ଓ ବିଚାର ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ଆଇନଜୀବୀ ପବନ କୁମାର ଶର୍ମା ଗାନ୍ଧୀ ହତ୍ୟାର ପୂର୍ବାପର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ସହ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆଇନଜୀବୀ ବିଜୟ କୁମାର ଜେନା । ଆରମ୍ଭରେ ଗାନ୍ଧୀ ବାଳାଶ୍ରମ ର ଛାତ୍ରଛାତ୍ରୀ ମାନେ ସୁଲଳିତ ସ୍ୱରରେ ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ…” ପରିବେଷଣ କରିଥିଲେ । ଏହି ଅବସରରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଦ୍ୱାରା ପ୍ରକାଶିତ “ଗାନ୍ଧୀଙ୍କ ରାମ” ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହା ସହିତ ୧୨ ଜଣ ଗାନ୍ଧୀପ୍ରେମୀ ଯୁବକ ଯୁବତୀଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ପ୍ରତିଷ୍ଠାନର ସଦସ୍ୟତା ପ୍ରଦାନ କରାଯାଇଥିଲା । ସେମାନେ ହେଲେ, ତରନ୍ନୁମ୍ କାଦ୍ରୀ, ଜାହିର୍ ଖାନ୍‌, ସିରାଜୁଦ୍ଦିନ୍ ଖାନ୍‌, ଶେଖ୍ ଗୁଲର୍ଜା, ଶେଖ୍ ରିୟାଜୁଦ୍ଦିନ୍‌, ଅବୁ ହୋସେନ୍ ଖାନ୍‌, ଶେଖ୍ ମହମ୍ମଦ ନିୟାଜ୍‌, ଶେଖ୍ ସମିଉଲ୍ଲା, ଶେଖ୍ ଅବଦୁଲ୍ ଦୟାନ୍‌, ଇଂ ହବିବୁଲ୍ଲା ଖାନ୍‌, ଇଂ ରାଜେ ରସୁଲ୍ ଏବଂ ଭାଗ୍ୟବନ୍ତ ଜେନା । ସୂଚନାଯୋଗ୍ୟ ଯେ ପୂର୍ବାହ୍ନରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପଦାଧିକାରୀ ଓ ସଦସ୍ୟ ମାନେ ଗାନ୍ଧୀ ପଡିଆରେ ପହଞ୍ଚି ସେଠାରେ ସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.