Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ୩ ଆହତ

ସଡକ ଦୁର୍ଘଟଣାରେ ୩ ଆହତ

17

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଦମକଳକେନ୍ଦ୍ର ସମ୍ମୁଖରେ ଗୁରୁବାର ଅପରାହ୍ନ ୩ଟା ସମୟରେ ସଡକ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ଜଣାଯାଇଛି । ଓଡି ୦୧ ଏ ଆର ୩୯୬୫ ବାଇକ ଯୋଗେ ବାଲେଶ୍ୱର ଭାନପାଲ ଅଞ୍ଚଳର ବରେନ୍ଦ୍ର ପାତ୍ର(୩୮) ପତ୍ନୀ ମିନତୀ ବେହେରା(୩୪) ଓ କନ୍ୟା ମନନ୍ୟା ପାତ୍ର(୬) ବାଲେଶ୍ୱର ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ଦମକଳକେନ୍ଦ୍ର ସମ୍ମୁଖରେ ଭାରସାମ୍ୟ ହରାଇ ପୋଲ ତଳକୁ ଗଡିଯାଇଥିଲେ । ଫଳରେ ମୁଣ୍ଡରେ ଆଘାତ ଲାଗି ବାପଝିଅ ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀ ମିନତୀ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାପଝିଅଙ୍କୁ ଭଦ୍ରକ ପଠାଇଦିଆଯାଇଛି । ପତ୍ନୀଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.