Home ଜିଲ୍ଲା ପରିକ୍ରମା ବରପଦା ଇଞ୍ଜିନିୟରିଂ କଲେଜରେ ୧୪୪ ଧାରା ଜାରି

ବରପଦା ଇଞ୍ଜିନିୟରିଂ କଲେଜରେ ୧୪୪ ଧାରା ଜାରି

14

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା ଇଞ୍ଜିନିୟରିଂ କଲେଜର ମୁଖ୍ୟ ଫାଟକ ନିକଟରେ ବିଗତ ୫ ମାସ ଧରି ଧାରଣାରେ ବସି ଆସୁଥିବା ଧାରଣାରତ ଆନ୍ଦୋଳନ କାରୀଙ୍କ ଦ୍ୱାରା ବିଶେଷକରି ଏକମାସ ତଳୁ ଅଧିକ ବିଶୃଙ୍ଖଳିତ ଓ ହିଂସାତ୍ମକ ଆଚରଣ ଯୋଗୁଁ ଶାନ୍ତି ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଭଦ୍ରକ ମନୋଜ ପାତ୍ରଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବି.ଆଇ.ଇ.ଟି ଏବଂ ବି.ଏଏସ୍‌.ଇ.ଟି., ବରପଦା ର ମୁଖ୍ୟ ଫାଟକ ଏବଂ ଅନୁଷ୍ଠାନ ରୁ ୧୦୦ ମିଟର ଦୂରତା ସୀମା ମଧ୍ୟବର୍ତ୍ତୀ ଅଞ୍ଚଳରେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଧାରା ଜାରି କରାଯାଇଛି । ପୋଲିସ୍ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ୧୪୪ ଧାରା ୨୧.୦୩.୨୦୨୪ ରୁ ଜାରି କରାଯାଇଛି । ଏହି ଧାରା ର ନିୟମାନୁଯାୟୀ ୪ ଜଣରୁ ଅଧିକ ଜନ ସାଧାରଣ ଉକ୍ତ ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ । ଉକ୍ତ ଘଟଣାର ତଦନ୍ତ ଆଧାରରେ ଯାହା ଜଣାଯାଏ ଭଦ୍ରକ ନାଗରିକ ସୁରକ୍ଷା ପରିଷଦ, ବରପଦା, ବିକାଶ ମଞ୍ଚ ଏବଂ ବରପଦା ବୈଷୟିକ ଶିକ୍ଷାନୁଷ୍ଠାନ କର୍ମଚାରୀ ସଂଗଠନ ଗଢ଼ି ଦୀର୍ଘଦିନ ଧରି ଏହି ଧାରଣା ଓ ଆନ୍ଦୋଳନ କରି ଆସୁଥିଲେ । ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନଙ୍କୁ ଅନୁଷ୍ଠାନ ଭିତରକୁ ଯିବା ବନ୍ଦକରି ଦେଇଥିଲେ । ଫଳରେ ଦିନକୁ ଦିନ ଅନୁଷ୍ଠାନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା । ଆନ୍ଦୋଳନକାରୀମାନେ ଆଇନ୍ କୁ ହାତକୁ ନେବାରେ ଭୟ କରୁନଥିବାରୁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ନିଜକୁ ନିରାପଦ ମଣୁନଥିଲେ । ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ଶିକ୍ଷକ ଓ ଅଣଶିକ୍ଷକ ସମସ୍ତ କର୍ମଚାରୀ ଯେପରି ନିରାପଦରେ ଯାଇ ସେମାନଙ୍କ କର୍ତ୍ତବ୍ୟ ନିଭାଇ ପାରିବେ ସେ ନେଇ ସୁରକ୍ଷା ଓ ସହାୟତା ଯୋଗାଇ ଦେବାକୁ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.