Home ଜିଲ୍ଲା ପରିକ୍ରମା ମାସିକ ସାହିତ୍ୟ ଆସର

ମାସିକ ସାହିତ୍ୟ ଆସର

188

ପୁରୀ, ୨୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ୧୩୪ ତମ ମାସିକ ସାହିତ୍ୟ ଆସର ସର୍ବମଙ୍ଗଳା ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ହରେକୃଷ୍ଣ ପ୍ରଧାନୀ ସେଥିରେ ଅଧ୍ୟକ୍ଷତା କରିଥିଲେ। କବି ସୁବାଷ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇନଜୀବୀ ରଚିତା ରାଉତରାୟ କବି ସଦାଶିବ ମିଶ୍ର ଓ ବଦ୍ରି ନାରାୟଣ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ରବୀନ୍ଦ୍ରନାଥ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବୟତ୍ରୀ ମନୋରମା ଆଚାର୍ଯ୍ୟଙ୍କ ସଂଯୋଜନାରେ କବି ସୁରେଶ କୁମାର ପଟ୍ଟନାୟକ, ଚାରୁଲତା ମିଶ୍ର, ମନୋରମା ପାତ୍ର, ସତ୍ୟଭାମା ପ୍ରଧାନୀ, ବିଜୟ କୁମାର ଛାଟୋଇ, ଭାସ୍କର ଚନ୍ଦ୍ର ମିଶ୍ର, ବିପିନ ମିଶ୍ର ପୀତାମ୍ବର ମହାପାତ୍ର, ରୋଜାଲିନ ପଣ୍ଡା ଓ ମଞ୍ଜୁଳା ଦେବୀ ସୂରଚିତା କବିତା ପାଠ କରିଥିଲେ। କବି ଦାମୋଦର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.