Home ଜିଲ୍ଲା ପରିକ୍ରମା ଶିଶୁ ଅଧିକାର ସଂପର୍କୀୟ ଆଲୋଚନା ଚକ୍ର

ଶିଶୁ ଅଧିକାର ସଂପର୍କୀୟ ଆଲୋଚନା ଚକ୍ର

149

ପୁରୀ, ୨୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଶିଶୁଙ୍କ ସୁରକ୍ଷା ରହିଥିବା ଆଇନଗତ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ। ଶିଶୁ ଅଧିକାରୀ ସୁନିଶ୍ଚିତ ହେଲେ ନିର୍ଯ୍ୟାତନା ରୋକାଯାଇ ପାରିବ। ଏଥିପାଇଁ ସମସ୍ତଙ୍କ ମିଳିତ ସହଯୋଗର ଆବଶ୍ୟକତା ରହିଛି। ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସବୁବର୍ଗର ଶିଶୁଙ୍କୁ ଶିକ୍ଷା ସୁଯୋଗ ଦେଇପାରିବ। ଏହି ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି। ଶିଶୁ ସମାଚାର ପକ୍ଷରୁ ଗୁରୁବାର ବିଶ୍ୱମ୍ଭର ବିଦ୍ୟାପୀଠରେ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହପାତ୍ର କହିଲେ କଠୋର ଆଇନ ପ୍ରଣୟନ ସତ୍ୱେ ବେଆଇନ ଭାବେ ବାଲ୍ୟ ବିବାହ ଚାଲିଥିବା ଅଭିଯୋଗ ହେଉଛି। ଏହା ଏକ ସାମାଜିକ କଳଙ୍କ। ଛାତ୍ରଛାତ୍ରୀମାନେ ନିଜ ବିବାହ ବୟସ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ। ବାଲ୍ୟ ବିବାହକୁ ସାହାସର ସହ ବିରୋଧ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ଶିଶୁ ଓ କିଶୋର ଆଇନ ଏବଂ ଶିଶୁ ଶ୍ରମିକ ଉଚ୍ଛେଦ ଆଇନ ସମ୍ପର୍କରେ ଶ୍ରୀ ମହାପାତ୍ର ଆଲୋକପାତ କରିଛନ୍ତି। ଣାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରଘୁନାଥ ମହାପାତ୍ର କହିଲେ ଶିଶୁମାନେ ସମାଜର ଅମୂଲ୍ୟ ସମ୍ପର୍କରେ ସେମାନେ ଜାଣିବା ସମ୍ଭବ ପର ନୁହେଁ। ଶିଶୁଙ୍କ ସୁରକ୍ଷା ପ୍ରତି ଶିକ୍ଷକ ଶିକ୍ଷୟତ୍ରୀ, ପିତାମାତା ଏବଂ ସରକାରୀ ଅଧିକାରୀମାନେ ଗୁରୁତ୍ୱଦେବା ଉଚିତ। ଶିଶୁଙ୍କ ଶିକ୍ଷା ଅଧିକାର ସମେତ ବୌଦ୍ଧିକ ଶକ୍ତିର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ। ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସମାଜସେବୀ ଚକ୍ରଧର ମହାପାତ୍ର, ଆଇନଜୀବୀ ଶରତ କୁମାର ରାୟଗୁରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ କହିଲେ କେବଳ ଆଇନ କରିଦେଲେ ଶିଶୁ ଅଧିକାର ସୁରକ୍ଷିତ ହୋଇପାରିବ ନାହିଁ।

ଏଥିପାଇଁ ବ୍ୟାପକ ଜନଜାଗରଣ ଏବଂ ସମସ୍ତଙ୍କ ଆନ୍ତରିକ ଉଦ୍ୟମର ଆବଶ୍ୟକତା ରହିଛି। ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ। କବି ଶିବସୁନ୍ଦର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ପୁରୀ ଜିଲ୍ଲାସ୍ଲୁଲ ଛାତ୍ରୀ ସ୍ୱଣ୍ଣପ୍ରଭା ପଣ୍ଡା, ବିଶ୍ୱମ୍ଭର ବିଦ୍ୟାପୀଠ ଛାତ୍ରୀ ଶେଷ ଶ୍ରାବଣୀ ସାହୁ, ଗଦାଧର ହାଇସ୍ଲୁଲ ଛାତ୍ରୀ ଓମ ଅଭିଷିକା ଦାସଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଶିଶୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥି, ସାମାଜିକ କର୍ମୀ କମଳା ମହାରଣା ପ୍ରତିଯୋଗିତାର ବିଚାରକ ଭାବେ କାର୍ଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.