Home ଜିଲ୍ଲା ପରିକ୍ରମା ଡ଼ଃ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ

ଡ଼ଃ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ

385

ପୁରୀ, ୨୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଗୁରୁବାର ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହୋଇଛି। ପ୍ରଫେସର କାର୍ତିକ କୁମାର ଦାସ ସେଥିରେ ଅଧ୍ୟୟତା କରିଥିଲେ। ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଶ୍ରୀମହତାବ ଜଣେ ପ୍ରବୀଣ ରାଜନୀତିଜ୍ଞ ନୀତିନିଷ୍ଟ ସାମ୍ବାଦିକ ଏବଂ ସାହିତ୍ୟିକ ଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶାର ଅନେକ ବିକାଶମୂଳକ କାର୍ଯ୍ୟ ସମ୍ଭବପର ହୋଇଥିଲା। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଭାବେ ସେ ଦକ୍ଷତା ପ୍ରତିପାଦନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପଦ୍ମିନୀ ଦାଶ, ଅଧ୍ୟାପକ ବଳରାମ ଦଶ, କବି କୃଷ୍ଣଚନ୍ଦ୍ର ରଥ, ହରେକୃଷ୍ଣ ପ୍ରଧାନୀ, ସମାଜସେବୀ ପ୍ରଭାକର ମିଶ୍ର, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଶିକ୍ଷୟତ୍ରୀ ଚାରୁଲତା ମିଶ୍ର, କବି ହେମାଙ୍ଗିନୀ ମହାନ୍ତି ଓ ହଟ୍ଟକିଶୋର ମଲିକ, ସତ୍ୟନାରାୟଣ ମିଶ୍ର, ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସଭାପତି ଅଶୋକ କୁମାର ଆଢ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.