Home ଜିଲ୍ଲା ପରିକ୍ରମା ମାଲକାନଗିରି : ସମ୍ପତି ପାଇଁ ଭାଇକୁ ହତ୍ୟା,ଦୁଇ ଗିରଫ

ମାଲକାନଗିରି : ସମ୍ପତି ପାଇଁ ଭାଇକୁ ହତ୍ୟା,ଦୁଇ ଗିରଫ

123

ମାଲକାନଗିରି,୧୧ା୧୨ (ଓଡିଆ ପୁଅ ) ସମ୍ପତି ପାଇଁ ନିଜ ଭାଇକୁ ହତ୍ୟା କରି ଭିଣୋଇ ଓ ସାବତା ମା ଭାଇ ଦୁଇଜଣ ଗରିଫ ହେବା ଘଟଣା ପଦାକୁ ଆସିଛି । ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ପରଜାଗୁଡା ଗ୍ରାମର ବୁଦୁକ୍ରିସାନୀ ବାଲିମେଳା ଓଏଚପିସି ବିଭାଗରେ ଚାକିରି କରିଥିଲେ ।ତାଙ୍କର ଦୁଇଟି ପତ୍ନୀ,ପ୍ରଥମ ସ୍ତ୍ରୀ ବୁଦେଇ କ୍ରିସାନୀ ତାଙ୍କ ପୁଅ ରବିନ୍ଦ୍ର କ୍ରିସାନୀ ଓ ଦ୍ୱିତୀୟ ପତ୍ନୀ ମଙ୍ଗୁଳି କ୍ରିସାନୀ ତାଙ୍କ ପୁଅ କ୍ରିଷ୍ଣାକ୍ରିସାନୀ ସମସ୍ତେ ପରଜାଗୁଡା ଘରେ ରହୁଥିଲେ । ବୁଦୁକ୍ରିସାନୀ ତାଙ୍କ ମୃତ୍ୟୁ ପୁବ ର୍ରୁ ସେ ଦ୍ୱିତୀୟ ପତ୍ନୀ ଓ ପୁଅ ଙ୍କ ନାମରେ ପେନସନ, ପାଇସା ଜମାରଖିବା ସହ ଜମିବାଡି ସମ୍ପିତି ଲେଖିଦେଇଥିଲେ । କାହିଁକି ସେମାନଙ୍କ ନାମରେ ସମ୍ପତି ବୁଦୁଲେଖିଲେ ବୋଲି କହି ବାରମ୍ବାର ପ୍ରଥମ ପତ୍ନୀଙ୍କ ପୁଅ ରବିନ୍ଦ୍ର ତାଙ୍କର ସାବତ ସାନ ମା ଓ ସାବତ ଭାଇ କ୍ରିଷ୍ଣାସହିତ ସବୁବେଳେ ଗଣ୍ଡଗୋଳ ଲଗାଇଥାନ୍ତି ।ସମ୍ପତି ଲୋଭରେ ରବିନ୍ଦ୍ର ଓ ନୁଆଗୁଡା ଗ୍ରାମର ତାଙ୍କର ଜ୍ୱାଇଁ ଚନ୍ଦ୍ରଖରା କିପିରି କ୍ରୀଷ୍ଣାକୁ ରାସ୍ତାରୁ ହଟାଇବେ ସେ ଉପାୟ ଚିନ୍ତାକରି ଗତ ଅକ୍ଟୋବର ମାସ୧୬ତାରିଖରେ କ୍ରିଷ୍ଣା କ୍ରିସାନୀଙ୍କୁ ଶଳା ଭିଣୋଇ ଦୁଇଜଣ ମିଶି ଏକ ଛୁରୀରେ ହତ୍ୟାକରିଥିଲେ । ସେ ସଂପର୍କରେ ଓରକେଲ ଥାନାରେ କ୍ରୀଷ୍ଣାଙ୍କ ମା ଏତଲା ଦେବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରା ଯାଇ ହତ୍ୟାକାରି ଦୁଇଜଣଙ୍କୁ ଖୋଜା ଚାଲିଥିଲା । ଆଜି ଓରକେଲ ପୁଲିସ ଆସାମୀ ରବିନ୍ଦ୍ର କ୍ରିସାନୀ ଓ ଚନ୍ଦ୍ରଖାରଙ୍କୁ ଗିରଫ କରିବାରେ ସଫଳହୋଇଛନ୍ତି । ଆଜି ସଂନ୍ଧ୍ୟାରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ସେ ଦୁଇଜଣ ହତ୍ୟାକାରୀଙ୍କୁ ଉପସ୍ଥିତ କରି ସେମାନଙ୍କ ସଂପର୍କରେ ସୁଚନାଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଏସଡିପିଓ ଶ୍ରବଣ ବିବେକ ଏମ,ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁଶେଖର ତ୍ରୀପାଠୀ,ଓରକେଲ ଥାନା ଆଇଆଇସି ଜଗଦିଶ ବାରା ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.