Home ଜିଲ୍ଲା ପରିକ୍ରମା ମାଲକାନଗିରି ଲ୍ୟାମ୍ପସର ୬ଟି ମଣ୍ଡିରେ ଧାନ ଟାର୍ଗେଟ ବଢାଇ ବା ପାଇଁ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ...

ମାଲକାନଗିରି ଲ୍ୟାମ୍ପସର ୬ଟି ମଣ୍ଡିରେ ଧାନ ଟାର୍ଗେଟ ବଢାଇ ବା ପାଇଁ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ

135

ମାଲକାନଗିରି,୧୧ା୧୨ (ଓଡିଆ ପୁଅ ) ମାଲକାନଗିରି ଲ୍ୟାମ୍ପସ ଅଧିନରେ ଥିବା ସାତଟି ଧାନ ମଣ୍ଡିମଧ୍ୟରୁ ୬ଟି ଧାନ ମଣ୍ଡିରେ ଚାଷୀଙ୍କ ଠାରୁ କ୍ରୟ କରା ଯିବା ପାଇଁ ଦିଆ ଯାଇଥିବା ଧାନ ର ପରିମାଣ ଖୁବ କମ ହୋଇ ଥିବାରୁ ଚାଷୀମାନେ ଟାର୍ଗେଟ ବଢାଇବା ଦାବିନେଇ ଆଜି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି । ଆଜି ମାଲକାନଗିରି ଲ୍ୟାମ୍ପସର ସଭାପତି ଉଦୟକୁମାର ବୁରୁଦା,ପୁର୍ବତନ ପୌରପରିଷଦ ଅଧ୍ୟକ୍ଷ ଧନୁର୍ଯ୍ୟୟ ମାଡକାମି,କେସିସି ବ୍ୟାଙ୍କ ନିର୍ଦ୍ଦେଶକ ସମାରି ମାଡକାମି,ମାର୍କାପାଲି ପଚାଂୟତ ସରପଚଂ ହାତିରାମ ଗାଡେଲି, ମାଲକାନଗିରି ଲ୍ୟାମ୍ପସ ନିର୍ଦେଶକ ବିକାଶ ମଣ୍ଡଳ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ ମଣ୍ଡିରେ ଧାନ କ୍ରୟର ପରିମାଣ ବୃଦ୍ଧିକରିବା ପାଇଁ ଦାବିଜଣାଇଛନ୍ତି । ମାଲକାନଗିରି ଲ୍ୟାମ୍ପସ ଅଧିନରେ ଥିବା ସାତଟି ମଣ୍ଡିମଧ୍ୟରୁ ସେରପାଲି ମଣ୍ଡିରେ ୨୦୦୦ କ୍ୱିଟାଂଲ ଟାର୍ଗେଟ ଥିବା ବେଳେ ଏହାକୁ ୪୦୦୦କ୍ୱିଟାଲ କୁ ବୃଦ୍ଧିକରିବା , ଏମଭି୧୧ ମଣ୍ଡିରେ୨୫୦୦କ୍ବିଟାଂଲ ବଦଳରେ ୫୦୦୦କ୍ୱିଟାଂଲ,ଗଙ୍ଗଲା ମଣ୍ଡିରେ ୧୫୦୦ କ୍ୱିଟାଂଲ ଟାର୍ଗେଟ ଥିବା ବେଳେ ଏହାକୁ ୩୦୦୦କ୍ୱିଟାଂଲ କୁ ବୃଦ୍ଧିକରିବା ,ପେଦାଓ୍ୟାର୍ଡା ମଣ୍ଡିରେ ୧୦୦୦ କ୍ୱିଟାଂଲ ଟାର୍ଗେଟ ଥିବା ବେଳେ ଏହାକୁ ୨୦୦୦କ୍ୱିଟାଂଲ କୁ ବୃଦ୍ଧିକରିବା ,ଝରାପାଲି ମଣ୍ଡିରେ ୨୦୦୦ କ୍ୱିଟାଂଲ ଟାର୍ଗେଟ ଥିବା ବେଳେ ଏହାକୁ ୪୦୦୦କ୍ୱିଟାଂଲ କୁ ବୃଦ୍ଧିକରିବା ,ପଦ୍ମଗିରି ମଣ୍ଡିରେ ୨୦୦୦ କ୍ୱିଟାଂଲ ଟାର୍ଗେଟ ଥିବା ବେଳେ ଏହାକୁ ୪୦୦୦କ୍ୱିଟାଂଲ କୁ ବୃଦ୍ଧିକରିବା ପାଇଁ ଚାଷୀମାନେ ଦାବିକରି ଜିଲ୍ଲାପାଳଙ୍କ ଉଦେଶ୍ୟରେ ସହକାର ଜିଲ୍ଲାପାଳ ପ୍ରମୋଦକୁମାର ବେହାରା , ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁମହାନ୍ତିଙ୍କୁ ଦରଖାସ୍ତ ଦେଇଥିଲେ । ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ଖରିପଚାଷର ଧାନମଣ୍ଡି ଗତ ୨୫ତାରିଖ ଠାରୁ ଆରମ୍ଭ ହୋଇ ଧାନ କ୍ରୟ ଚାଲିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ୨୦ହଜାର କ୍ବିଟାଂଲ ଧାନ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୨ଟି ମଣ୍ଡିଖୋଲା ଯାଇଛି, ଚାଷୀମାନଙ୍କ ଠାରୁ ଅଣଜଳସେଚିତ ଜମିରୁ ଏକର ପିଛା ୧୩କ୍ୱିଟାଂଲ ଓ ଜଳସେଚିତ ଜମିରୁ ୧୯କ୍ୱିଟାଂଲ ଧାନ କ୍ରୟକରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିସ୍ପତି ନିଆ ଯାଇଛି । ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି,କୁଡୁମୁଲୁଗୁମ୍ମା,ଖଇରପୁଟ, ଶିଖପାଲି ଆଠଟି ଯାକ ଲ୍ୟାମ୍ପସରେ  ୬୨ଟି  ମଣ୍ଡିରୁ  ଇତିମଧ୍ୟରେ ୧ଲକ୍ଷ ୬୭ହଜାର ୫୧୧କ୍ୱିଟାଂଲ  ଧାନ କିଣାଯାଇଛି । ଜିଲ୍ଲାର ଚଳିତ ମାସ ୧୦ ତାରିଖ ସୁଦ୍ଧା ଜିଲ୍ଲାର ୪୯୧୮ଜଣ ଚାଷୀ ଙ୍କୁ ୧୧କୋଟି ୫୪ଲକ୍ଷ  ଟଙ୍କା ଦିଆ ଯାଇଛି,ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଟାଂଲ ପିଛି ୧୭୫୦ଟଙ୍କା ଓ ଗ୍ରେଡ ଏ  କିସମ ଧାନ ୧୭୭୦ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି । ଖରିପ ମଣ୍ଡି ନଭେମ୍ବର ମାସ ଠାରୁ ଏପ୍ରିଲ ମାସ୨୦୧୯ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରୟ ସରିବା ପର୍ଯ୍ୟନ୍ତ ଚାଲିବ , ମାଲକାନଗିରି ଜିଲ୍ଲାରୁ ଚୋରାବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗରହି ବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.