Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୫୬ତମ ହୋମଗାର୍ଡ ପ୍ରତିଷ୍ଟା ଦିବସ ପାଳନ,ତିନିଜଣ ହୋମଗାର୍ଡ ପୁରସ୍କୃତ ହେଲେ

ମାଲକାନଗିରି ଜିଲ୍ଲାରେ ୫୬ତମ ହୋମଗାର୍ଡ ପ୍ରତିଷ୍ଟା ଦିବସ ପାଳନ,ତିନିଜଣ ହୋମଗାର୍ଡ ପୁରସ୍କୃତ ହେଲେ

91

ମାଲକାନଗିରି,୬ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୫୬ତମ ହୋମଗାର୍ଡ ପ୍ରତିଷ୍ଟାଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏସପି ଜଗମୋହନ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳୀତ ପ୍ୟାରେଡରେ ଅଭି ବାଦନ ଗ୍ରହଣ କରି ରାଜ୍ୟ ଓ ଜିଲ୍ଲାରେ ହୋମଗାର୍ଡ ମାନେ ନିଜ ଜୀବନକୁ ବାଜିଲଗାଇ ଜନ ସାଧରାଣ ଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସେମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ଏହି ପ୍ରତିଷ୍ଟା ଦିବସ ଅବସରରେ ମାଥିଲି ଥାନାର ହୋମଗାର୍ଡ ତରୁଣ ସେନ ଗୌଡ,ଓରକେଲ ଥାନାରା ସୁରେନ୍ଦ୍ର ଖେମୁଡୁ,ମୁଦୁଲିପଡା ଥାନାର ହୋମଗାର୍ଡ କାଚଂନ ମାଳା ପାଣିଗ୍ରାହୀ ଙ୍କୁ ସେମାନଙ୍କ ଉଲେଖ୍ୟନିୟ ସଫଳତା ପାଇଁ ଜିଲ୍ଲାପୁଲିସ କାର୍ଯ୍ୟାଳୟ ପକ୍ଷରୁ ଏସପି ସମ୍ମାନିତ କରିବାସହିତ ପୁରସ୍କୃତ କରିଥିଲେ । ଏହି ଅବସର ରେ ମାଲକାନଗିରି ବିଧାୟକ ମାନସ ମାଡକାମି,ବିଏସଏଫ କମାଣ୍ଡେଟଂ, ସହକାରି କମାଣ୍ଡେଟଂ,ଏସଡିପିଓ ଶ୍ରବଣ ବିବେକ ଏମ, ଡିଏସପି,ରିଜର୍ଭ ପୋଲିସ ଇନିସପେକ୍ଟର ସ୍ୟାମସୁନ୍ଦର ସୋରେନ, ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁସେଖର ତ୍ରୀପାଠୀ ଓ ଜିଲ୍ଲାସ୍ତର ପୁଲିସ ଅଧିକାରିମାନେ ଉପସ୍ଥିତ ଥିଲେ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.