Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,୮କୋଟି ଟଙ୍କାର ଗଜେଂଇ ଗଛ ପୋଡିନଷ୍ଟକଲେ

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,୮କୋଟି ଟଙ୍କାର ଗଜେଂଇ ଗଛ ପୋଡିନଷ୍ଟକଲେ

131

ମାଲକାନଗିରି,୧୨ା୧୨(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ  ଜିଲ୍ଲାଅବକାରି ବିଭାଗ  ଓରକେଲ ଥାନା ଅଧିକାରୀ ଓ କର୍ମଚାରି ମାନେ ବେଆଇନ ଗଜେଂଇଚାଷ ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି । ଆଜି ସକାଳେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,କୁଡୁମୁଲୁଗୁମ୍ମା ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ବିଜୟକୁମାର ମାଣ୍ଡାଙ୍ଗି ,ଏସ.ଆଇ ତ୍ରୀପତି ପଣ୍ଡା,ଆର.ସି ହନ୍ତାଳ,ଡି. କେ.ନାୟକ,ରାଜୁ ଖିତି,ଦିନେଶ କୁମାର,କେ. ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଜି. ସାହୁ,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ଓ ସରିତା ପ୍ରମୁଖ ଜିଲ୍ଲାଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ଓରକେଲ ଥାନାସ୍ଥ  ମଜୁରୀ ଲେଣ୍ଡି ଓ ପରଜାଗୁଡା  ଗାଁ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୬୮ଏକର ଜମିରୁ ୮୧୦୦୦ ଗଜେଂଇ କଲି ଫଳିଥିବା ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ୮କୋଟି ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ ।ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ ରାସ୍ତାକଡ ଠାରୁ ଆରମ୍ଭକରି ପାହଡ ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ର ନିଦେ୍ର୍ଦଶ କ୍ରମେ ଗତ କିଛି ଦିନହେଲା ଜିଲ୍ଲାଅବକାରି ବିଭାଗ ଓ ପୁଲିସ ପକ୍ଷରୁ ଏହି ଚଢାଉ ଚାଲି କୋଟି କୋଟି ଟଙ୍କାର ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଉଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.