Home ଜିଲ୍ଲା ପରିକ୍ରମା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମୂହିକ ଦୀପଦାନ

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମୂହିକ ଦୀପଦାନ

83

ବାଲେଶ୍ୱର, ୬-୮(ଓଡ଼ିଆ ପୁଅ/ଅଭୟ ଦାସ): ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଶିଳନ୍ୟାସ ଉତ୍ସବକୁ ନେଇ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବୁଧବାରଦିନ ସଂଧ୍ୟାରେ ବାଲେଶ୍ୱର ସହରର ଫକୀର ମୋହନ ଗୋଲେଇଠାରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ୫୦୮ ଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥିଲେ। ଭଜନ କୀର୍ତ୍ତନ ସହ ମହିଳାମାନେ ଶଂଖଧ୍ୱନି ଓ ହୁଳହୁଳି ପକାଉଥିବା ଲକ୍ଷ୍ୟ କରାଯାଇଥିଲା। ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରିୟ ସମ୍ପାଦକ ଗୌରୀପ୍ରସାଦ ରଥ, ଡକ୍ଟର ବିଜୟ କୁମାର ମିଶ୍ର, ଜ୍ଞାନରଂଜନ ଦାଶ, ଡକ୍ଟର ରମାକାନ୍ତ ବେହେରା, ଭଗବାନଦାସ ଖଣ୍ଡେଲୱାଲ, ଇଂ ଧରଣୀଧର ମିଶ୍ର, ସୁଧାକର ପାଢ଼ୀ, ଗିରିଜା ଶଙ୍କର ଆଚାର୍ଯ୍ୟ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୁର୍ଗା ବାହିନୀ, ବଜରଙ୍ଗ ଦଳ, ମାତୃଶକ୍ତି ତଥା ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତି ଓ ଧାର୍ମିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.